ଶିକ୍ଷୟିତ୍ରୀ ପିନ୍ଧିବେ ସମ୍ବଲପୁରୀ ଶାଢ଼ି!

ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ। ଦୁଇ ବର୍ଷ ଧରି ଘୋଷଣାରେ ଅଟକିଥିବା ଏହି ପ୍ରସ୍ତାବକୁ ୨୦୨୦-୨୧ ଶିକ୍ଷାବର୍ଷରୁ ଲାଗୁ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। ‌ପ୍ରା‌ଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଗୋଟିଏ କ୍ୟାମ୍ପସକୁ ଅଣାଯାଉଥିବାରୁ ଡ୍ରେସ୍‌କୋଡ ପରିବର୍ତନ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚୂଡ଼ାନ୍ତ ମୋହର ବାଜିବା ପରେ ଯାଇ ଡ୍ରେସ୍‌କୋଡ ଲାଗୁ ହେବ ବୋଲି ଜଣାପଡ଼ିଛି।

୨୦୧୦ ମସିହାରେ ପ୍ରଥମ ଥର ପାଇଁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସ୍‌କୋଡ୍‌ ଲାଗୁ ହୋଇଥିଲା। ଇତି ମଧ୍ୟରେ ୧୦ ବର୍ଷ ବିତିବାକୁ ବସିଲାଣି। ତେଣୁ ଡ୍ରେସ୍‌କୋଡରେ ବି ପରିବର୍ତନ ଆଣିବାର ଆବଶ୍ୟକତା ରହିଛି। ତେବେ ଶିକ୍ଷକଙ୍କ ପାଇଁ କେଉଁ ପ୍ରକାରର ଡ୍ରେସ୍‌ ଓ ଶିକ୍ଷୟିତ୍ରୀମାନେ କେଉଁ ପ୍ରକାର ଶାଢ଼ି ପିନ୍ଧିବେ ସେନେଇ କିଛି ସ୍ଥିର ହୋଇନି। ତଥାପି ଶିକ୍ଷୟିତ୍ରୀଙ୍କ ପାଇଁ ସମ୍ବଲପୁରୀ ଶାଢ଼ି କରିବାକୁ ଆଲୋଚନା ଚାଲିଛି। ଶିକ୍ଷକଙ୍କ ଡ୍ରେସ୍‌ରେ ସେତେଟା ପରିବର୍ତନ ହେବନି। ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଗୋଟିଏ କ୍ୟାମ୍ପସରେ ରହୁଥିବାରୁ ସେମାନଙ୍କର ଏକା ପ୍ରକାର ଡ୍ରେସ୍‌କୋଡ କରିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି।

Spread the love