ଜୈଶ ଟାର୍ଗେଟ୍‌ରେ ମୋଦି, ଶାହ ଓ ଡ଼ୋଭାଲ୍‌ !

ଆତଙ୍କବାଦୀ ଜୈଶ-ଇ ମହମ୍ମଦ  ଟାର୍ଗେଟ୍‌ରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହ  ଏବଂ  ଜାତୀୟ ପରାମର୍ଶ ଦାତା  ଅଜିତ୍‌ ଡୋଭାଲ୍‌ । ଜାମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରେ ପାକିସ୍ଥାନର ଜୈଶ-ଇ-ମହମ୍ମଦ ଏହି ତିନି ଜଣଙ୍କୁ ଟାର୍ଗେଟ କରି ଏଖି ଧମକପୂର୍ଣ୍ଣ ଚିଠି ଦେଇଛି  । ବେସାମରିକ ବିମାନ ଚଳାଚଳ ବିଭାଗର ହସ୍ତଗତ ହୋଇଥିବା ଏହି ଚିଠିକୁ ନେଇ ଏବେ ଚାଲିଛି ତନାଘନା  । କେବଳ ସେତିକି ନୁହେଁ, ଭାରତର 30ଟି ସହର ସମେତ 4ଟି ବିମାନ ବନ୍ଦରରେ ଆତ୍ମଘାତି ଆକ୍ରମଣ କରିବାକୁ ମଧ୍ୟ ଧମକ ଦେଇଛି  ।

ଏଥିପାଇଁ ଜୈଶ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିବା  ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି । ସୂଚନାଅନୁଯାୟୀ, ଜାମ୍ମୁ କାଶ୍ମୀରରୁ  370 ଧାରା  ଉଚ୍ଛେଦ ରାଗରେ ଏହି ପ୍ରତିଶୋଧ  ନେବା ପାଇଁ ବଡଧରଣର  ଷଡଯନ୍ତ୍ର କରୁଛି । ଜୈଶ ସହ ହାତ ମିଳାଇଛନ୍ତି ଆଇଏସ୍‌ଆଇ ଆତଙ୍କବାଦୀ ସଂଗଠନର  ଜଣେ ମେଜର । ଗୁଇନ୍ଦା  ରିପୋର୍ଟ ପରେ ଡୋଭାଲଙ୍କ ସୁରକ୍ଷା  ବ୍ୟବସ୍ଥାକୁ କଡାକଡି  କରାଯାଇଛି ।  ଜାତୀୟ ସୁରକ୍ଷା ପରାମର୍ଶଦାତା  ଡୋଭାଲଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି ।   ପୂର୍ବରୁ ଲସ୍କର-ଇ-ତୋଇବା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ବାରଣାସୀରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଧମକ୍‌ ଦେଇଥିଲା ।

ଏହି ଚିଠି ଆସିବା ପରେ ଶ୍ରୀନଗର, ଅବନ୍ତିପୁରା, ଜମ୍ମୁ, ପଠାନକୋଟ, ହିନ୍ଦୋନ ଆଦି ବାୟୁସେନାର ବେସଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି । ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ 24 ଘଣ୍ଟିଆ ପ୍ରହର ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଉଚ୍ଚପଦଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।

Spread the love