ସ୍ବର୍ଗତ ବୀଣାପାଣି ମହାନ୍ତିଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଶେଷକୃତ୍ୟ ସମ୍ପନ୍ନ

କଟକ: ଓଡ଼ିଆ ଭାଷା ସାହିତ୍ୟର ଖ୍ୟାତନାମା ସାରସ୍ବତ ସାଧିକ ତଥା ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଥିବା ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଆଉ ନାହାନ୍ତି। ଆଜି ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ବର୍ଷିଆନ ଲେଖିକା ତଥା ପାଟଦେଈ ଓ କସ୍ତୁରୀ ମୃଗର ସ୍ରଷ୍ଟା ବୀଣାପାଣି ମହାନ୍ତିଙ୍କର ବାଦାମବାଡ଼ିସ୍ଥିତ ବାସଭବନରେ ହୃଦରୋଗରେ ଗତକାଲି ୮୫ ବର୍ଷ ବୟସରେ ପରଲୋକ ଘଟିଛି। ୧୯୩୬ ମସିହା ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ବୀଣାପାଣିଙ୍କ ପରିବାର କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଗ୍ରାମର ଅଟନ୍ତି। ତାଙ୍କ ପିତା ଚତୁର୍ଭୁଜ ମହାନ୍ତି ଜଣେ ସରକାରୀ କର୍ମଚାରୀ ଥିଲେ। ମା’ କୁମୁଦିନି ମହାନ୍ତିଙ୍କଠାରୁ ସେ ପ୍ରେରଣା ପାଇଥିଲେ। ସେ ୧୯୫୩ ମସିହାରେ ମାଟ୍ରିକ୍ ସମାପ୍ତ କରିଥିଲେ ଏବଂ ପରେ ଅର୍ଥନୀତି ଅଧ୍ୟୟନ କରିଥିଲେ। ସେ ୧୯୫୩ ମସିହାରେ ମାଟ୍ରିକ୍ ସମାପ୍ତ କରିଥିଲେ ଏବଂ ପରେ ଅର୍ଥନୀତି ଅଧ୍ୟୟନ କରିଥିଲେ। ୧୯୫୭ରେ ବୀଣାପାଣି ସ୍ନାତକ ଡିଗ୍ରୀ ହାସଲ ୧୯୫୯ରେ କଟକ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ସେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୨ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଅବସର ନେଇଥିଲେ।

Spread the love