କର୍ଣ୍ଣେଲ ରବି ନାରାୟଣ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୋଗରାଇ  : ଗାଁ ମାଟି ଝୁରୁଛି ବୀର ଯବାନକୁ ।  କର୍ଣ୍ଣେଲ ରବି ନାରାୟଣ ସାହୁଙ୍କ ହୃଦଘାତୟରେ ଦେହାନ୍ତ, ତ୍ରିରଙ୍ଗା ପତାକା ସହ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ତୋପ ସଲାମୀ ରେ ଜନ୍ମମାଟି ବାଲିଆପାଳ ଥାନା ଛଡା ଗ୍ରାମ ସ୍ଥିତ ଶ୍ମଶାନରେ ହେଲା ଶବ ଦାହ।ବାଲେଶ୍ଵର ଜିଲ୍ଳା ବାଲିଆପାଳ ଥାନା ବାଲିକୁଟୀ ପଞ୍ଚାୟତ ଛଡ଼ା ଗ୍ରାମର ଅକ୍ଷୟ ସାହୁଙ୍କ ପୁତ୍ର ରବିନାରାୟଣ ସାହୁ ସୁଦୂର ଆସାମରେ ଇଣ୍ଡୋ ତିବ୍ବତ ବୋର୍ଡର ପୋଲିସ ବାହିନୀର କର୍ଣ୍ଣେଲ ପଦବୀରେ ରହି ଦେଶ ସେବା କରୁଥିଲେ। ଗତ ଚାରି ଦିନ ତଳେ ଜଳେଶ୍ଵର ସ୍ଥିତ ଶଶୁର ଘର କୁ ସ୍ତ୍ରୀ ଓ ଏକମାତ୍ର ପୁଅ ସହିତ ବୁଲିବାକୁ ଆସିଥିଲେ ।ଗତକାଲି ଦିନରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଜୀକେ ଭଟ୍ଟ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଖରାପ ହେବାରୁ ଭୁବନେଶ୍ଵର କୁ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏପରି ଦୁଃଖଦ ଘଟଣା ତାଙ୍କର ଚାକିରି ସ୍ଥାନ ସହିତ ଜନ୍ମମାଟି ରେ ଶୋକର ଛାୟା ଖେଳାଇ ଦେଇଥିଲା ।ଆଜି ଶବ ଗାଁ ମାଟିରେ ପହଞ୍ଚିବା ପରେ ପୋଲିସ ବାହିନୀ ଦ୍ଵାରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତ୍ରିରଙ୍ଗା ପତାକା ଓ ତୋପ ସଲାମୀ ଦେଇ ଶେଷକୃତ୍ୟ  ସମ୍ପନ୍ନ କରାଯାଇଥିଲା। ଗ୍ରାମବାସୀ ତଥା ଅଞ୍ଚଳବାସୀ ପୁଷ୍ପ ଗୁଛ ଦେଇ ଯବାନ କୁ ଶେଷ ସମ୍ମାନ ପ୍ରଦାନ କରିଥିଲେ।

Spread the love