ଫୁଲୁଛି ମହାନଦୀ: ଗଣିଆ-ଛାମୁଣ୍ଡିଆ ରାସ୍ତ‌ାରେ ଫୁଟେ ଉଚ୍ଚର ପାଣି

ଗଣିଆ: ମହାନଦୀ ଫୁଲୁଥିବାରୁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ର ଗଣିଆ-ଛାମୁଣ୍ଡିଆ ରାସ୍ତାରେ ପାଣି ମାଡ଼ି ଯାଇଥିବା ଦେଖାଯାଇଛି। ଖବର ଲେଖା ହେବା ସୁଦ୍ଧା ପ୍ରାୟ ୧ ଫୁଟ୍‌ ଉଚ୍ଚର ପାଣି ଏହି ରାସ୍ତାରେ ଚାଲିଛି। ନଦୀବନ୍ଧ ନିର୍ମାଣ ହୋଇ ନଥିବାରୁ ପ୍ରତିବର୍ଷ ଉକ୍ତ ରାସ୍ତା ମହାନଦୀ ବଢ଼ିରେ ଲୀନ ହୋଇଯାଉଥିବା ଦେଖାଯାଇଛି। ଫଳରେ ଛାମୁଣ୍ଡିଆ, ବଡ଼ସିଲିଙ୍ଗା, ରାସଙ୍ଗ, ବେଲପଡ଼ା ପଞ୍ଚାୟତର ପ୍ରାୟ ୫୭ ଗାଁ ବାହ୍ୟ ‌ଜଗତରୁ ବିଚ୍ଛିନ୍ନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ରାତି ସୁଦ୍ଧା ନଦୀରେ ବଢ଼ି ଆସିବାର ଆଶଙ୍କା ପ୍ରକାଶ ପାଇଛି। ୬.୭୦ମିଟର ଏଠାରେ ବିପଦ ସଂକେତ ଥିବା ବେଳେ ୬.୩୦ ମିଟରରେ ନଦୀଜଳ ପ୍ରବାହିତ ହେଉଛି। ବିଡିଓ ଖଗେଶ୍ବର ପାତ୍ର ଘଟଣାସ୍ଥଳ ପରିଦର୍ଶନ କରି ନଦୀବଢ଼ି ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି।

Spread the love