ତ୍ୱଚାରେ ହେବନି କୌଣସି ଚିହ୍ନ, ଖାଆନ୍ତୁ ଏହି ପରିବା
ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଏବଂ ଗ୍ଲୋଇଙ୍ଗ ସ୍କିନ ଚାହିଁଥାନ୍ତି । ଏଥି ପାଇଁ ବହୁତ ଲୋକ ଅନେକ ପ୍ରକାରର ବ୍ୟୁଟି ପଡକ୍ଟ ବ୍ୟବହାର କରନ୍ତି । କିନ୍ତୁ ଏହାର ପ୍ରଭାବ ଅଧିକ ଦିନ ପର୍ଯ୍ୟନ୍ତ ତ୍ୱଚାରେ ଦେଖାଯାଏ ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଯାହା ଖାଉଛନ୍ତି ତାର ପ୍ରଭାବ ମଧ୍ୟ ସ୍କିନରେ ଦେଖାଯାଇଥାଏ । ତେଣୁ ଏପରି ଖାଦ୍ୟ ଖାଆନ୍ତୁ ଯେଉଁଥିରେ ଭିଟାମିନ, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୁର ମାତ୍ରାରେ ରହିଥିବ । ଏହା ଆପଣଙ୍କ ସ୍କିନକୁ ସୁନ୍ଦର କରିଥାଏ । ଆପଣ ପୋଷକ ତତ୍ୱରେ ଭରପୁର ଥିବା ପରିବାକୁ ଡାଏଟରେ ସାମିଲ କରିପାରିବେ । ଏହା ଦ୍ୱାରା ଆପଣଙ୍କ ଗ୍ଲୋଇଙ୍ଗ ସ୍କିନ ନଜର ଆସିବ । ଆସନ୍ତୁ ଜାଣିବା ଏପରି କେଉଁ ପରିବା ଅଛି ଯାହା ଖାଇବା ଦ୍ୱାରା ଆପଣଙ୍କ ସ୍କିନରେ ନେଚୁରାଲ ଲୁକ୍ ଆସିବ ।
କାକୁଡ଼ି: କାକୁଡ଼ିରେ ଅଧିକ ମାତ୍ରାରେ ପାଣି ରହିଥାଏ । ଏହା ଖାଇବା ଦ୍ୱାରା ଆପଣଙ୍କ ସ୍କିନ ହାଇଡ୍ରେଟେଡ ରହିଥାଏ । ଏଥିରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍କିନକୁ ଆରାମ ମିଳିଥାଏ । ଏହା ଶରୀରରୁ ଟକ୍ସିନକୁ ବାହାର କରିଥାଏ । କାକୁଡ଼ି କୋଲେଜନ ତିଆରି କରିବାରେ ସାହାଯ୍ୟ କରିଥାଏ । କାକୁଡ଼ିର ଖଣ୍ଡ ଅଂଶକୁ ଆପଣ ଆଖି ଉପରେ ମଧ୍ୟ ରଖିପାରିବେ । ଏହା ଦ୍ୱାରା ଆପଣଙ୍କ ତ୍ୱଚା କୋମଳ ଏବ ଉଜ୍ଜ୍ୱଳ ନଜର ଆସିବ ।
ପାଳଙ୍ଗ: ପାଳଙ୍ଗରେ ଭିଟାମିନ ସି, ଆୟରନ ଏବଂ ଭିଟାମିନ ଇ ଭଳି ପୋଷକ ତତ୍ୱ ରହିଥାଏ । ଏଥିରେ ବିଟା କେରୋଟିନ ମଧ୍ୟ ରହିଥାଏ । ଏହାକୁ ଖାଇବା ଦ୍ୱାରା ହାନିକାରକ ୟୁଭି କିରଣ ଏବଂ ପ୍ରଦୂଷଣରୁ ତ୍ୱଚାକୁ ସୁରକ୍ଷା ମିଳିଥାଏ । ଏହି ପରିବା ସ୍କିନକୁ ହେଲଦି କରିଥାଏ । ଆପଣ ପାଳଙ୍ଗକୁ ଜୁସ କରି ମଧ୍ୟ ପିଇ ପାରିବେ ।
ଟମାଟୋ: ଟମାଟୋ ଲାଇକୋପିନର ଏକ ଭଲ ସୋର୍ସ । ଏଥିରେ ରହିଥିବା ଆଣ୍ଟି ଏଜିଙ୍ଗ ଗୁଣ ସ୍କିନକୁ ଫ୍ରି ରେଡିକାଲ୍ସର କ୍ଷତି ଏବଂ ହାନିକାରକ ୟୁଭି କିରଣରୁ ରକ୍ଷା କରିଥାଏ । ଟମାଟୋ ରିଙ୍କଲ୍ସ ଏବଂ ଫାଇନ ଲାଇନ୍ସରୁ ମଧ୍ୟ ବଞ୍ଚାଇଥାଏ । ଟମାଟୋରେ ଆପଣ ଦହି ମିଶାଇ ପେଷ୍ଟ ପ୍ରସ୍ତୁତ କରି ପାରିବେ । ଏହି ପ୍ୟାକକୁ ତ୍ୱଚାରେ ଲଗାଇବା ଦ୍ୱାରା ଆପଣଙ୍କ ଚେହେରାରେ ନେଚୁରାଲ ଗ୍ଲୋ ଆସିବ ।
ବିଟ୍ ରୁଟ୍ : ବିଟ୍ ରୁଟ୍ ଭିଟାମିନ ସି ଏବଂ ଏ ର ଏକ ଭଲ ସୋର୍ସ । ବିଟ୍ ରୁଟରୁ ବ୍ଲଡ ସର୍କୁଲେସନ ଠିକ ଭାବେ ହୋଇଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚାକୁ ଡିଟକ୍ସିଫାଏ କରିଥାଏ । ଏହା ଆପଣଙ୍କ ସ୍କିନକୁ ହେଲଦି ଏବଂ ଗ୍ଲୋଇଙ୍ଗ କରିଥାଏ । ଏହାକୁ ଆପଣ ସାଲାଡରେ ଖାଇ ପାରିବେ କିମ୍ବା ଏହାର ଜୁସ୍ ପ୍ରସ୍ତୁତ କରି ପିଇ ପାରିବେ । ଏହି ବିଟ୍ ରୁଟର ପ୍ୟାକ ମଧ୍ୟ ଆପଣ ତ୍ୱଚାରେ ବ୍ୟବହାର କରିପାରିବେ ।
କ୍ୟପ୍ସିକମ୍ : କ୍ୟାପ୍ସିକମରେ ଭିଟାମିନ ସି ବହୁତ ଅଧିକ ରହିଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ । ଯାହା ଆପଣଙ୍କ ସ୍କିନକୁ ଗ୍ଲୋଇଙ୍ଗ କରିଥାଏ ।