କଲରାପତରିଆ ବାଘର ମୃତ

ଶିମିଳିପାଳ କୋର୍ ଏରିଆରୁ ମିଳିଲା ପୁଣି ଏକ କଲରାପତରିଆ ବାଘର ଗଳିତ ମୃତଦେହ। ଜେନାବିଲ୍ ରେଞ୍ଜ ଅନ୍ତର୍ଗତ ସାରୁଆ ବିଟ ଟିକ୍ତାଳି ସେକ୍ସନରେ ଏକ ନାଳ ନିକଟରୁ ପ୍ରାୟ 8 ମାସର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। 2 ଦିନ ତଳେ ଉଦ୍ଧାର ହୋଇଥିବା ଏହି କଲରାପତରିଆ ବାଘଟି ପ୍ରାୟ 7-8 ଦିନ ତଳେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଅମିତାଭ ବ୍ରହ୍ମା (ଆଇଏଫଏସ), ଉପନିର୍ଦ୍ଦେଶକ(ଡିଡି) ଯଜ୍ଞଦତ୍ତ ପତିଙ୍କ ସହିତ ଏସଟିଆର ଡ. ପିୟୁଷ ସୋରେନ୍, ଡବ୍ଲୁଟିଆଇର ଡ. ଫନିନ୍ ଚେଙ୍ଗ୍ମାଇ, ଯଶୀପୁର ଭିଏସ୍ ପ୍ରମୁଖ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିଥିଲେ। ପରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ପୋଡ଼ି ଦିଆଯାଇଛି।

Spread the love