ଆଜି କୋରାପୁଟ ଯାଉଛନ୍ତି ନବୀନ

ଆଜି କୋରାପୁଟ ଯାଉଛନ୍ତି ନବୀନ । କୋରାପୁଟରେ ମୁଖ୍ୟମନ୍ତ୍ରୀ ୪ଟି ସାଧାରଣ ସଭାରେ ଉଦବୋଧନ ଦେବେ । ଏଥିସହ ଜୟପୁରରେ ରୋଡ୍ ସୋ କରିବେ । ସ୍ୱତନ୍ତ୍ର ବିମାନରେ ଜୟପୁର ଏୟାରଷ୍ଟ୍ରିପରେ ଓହ୍ଳାଇବା ପରେ ହେଲିକପ୍ଟରରେ ମାଲକାନଗିରି ଯିବେ । ସେଠାରେ ସଭା ସାରି ପଟ୍ଟାଙ୍ଗୀରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ପରେ ଲଷ୍ମୀପୁର ଯାଇ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ ନବୀନ ।

ଅପରାହ୍ନ ୩ଟାରେ କୋରାପୁଟର ଡୁମୁରୀପୁଟ ଠାରେ ନବୀନ ପ୍ରଚାର ସଭା କରିବେ । ପରେ ଜୟପୁରରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭା କାର୍ଯ୍ୟକ୍ରମ । ଜୟପୁରରେ ନବୀନ କରିବେ ରୋଡ୍ ସୋ । ଏଥିପାଇଁ ଜୟପୁରରେ ପହଁଚିସାରିଛି ମୁଖ୍ୟମନ୍ତ୍ରୀଙ୍କ ପାଇଁ ହାଇଟେକ୍ ବସ୍ । ତେବେ ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନବୀନଙ୍କ ଗସ୍ତରେ ଯେପରି କୌଣସି ତ୍ରୁଟି ନ ରୁହେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ପୂର୍ବରୁ ଗତ ବୁଧବାର ବ୍ରହ୍ମପୁରରେ ନବୀନ ରୋଡ ସୋ’ କରିଥିଲେ । ପାଖାପାଖି 5 ଘଣ୍ଟା ସେଠାରେ ରୋଡ ସୋ’ କରିଥିଲେ । ରାସ୍ତାରେ ବିଭିନ୍ନ ପାଶ୍ୱର୍ରେ ଛିଡାହୋଇ ଥିବା ଲୋକଙ୍କ ଅଭବାଦନ ମଧ୍ୟ ଗ୍ରହଣ କରିଥିଲେ ।

Spread the love