ଟୋକିଓ ଅଲିମ୍ପିକ: ଆସନ୍ତାକାଲି ଭାରତୀୟ ପୁରୁଷ ହକି ଦଳର ସେମି ଫାଇନାଲ

ଟୋକିଓ ୦୨।୦୮: ଟୋକିଓ ଅଲିମ୍ପିକର ୧୧ ତମ ଦିନ ଭାରତ ପାଇଁ ଐତିହାସିକ ରହିଛି। କାରଣ ଭାରତୀୟ ମହିଳା  ହକି ଦଳ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଅଲିମ୍ପିକ ଇତିହାସରେ ପ୍ରଥମ ଥର ସେମି ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ହକି ବ୍ୟତୀତ ବାକି ଖେଳରେ ଭାରତକୁ ନିରାଶ ହେବାକୁ ପଡିଛି। ଡିସ୍‌କସ୍‌ ଥ୍ରୋରେ ଭାରତର କମଲପ୍ରୀତ କୌର ପଦକରୁ ବଞ୍ଚିତ ହୋଇଛନ୍ତି। ଭାରତୀୟ ସୁଟର ମଧ୍ୟ ନିରାଶ କରିଛନ୍ତି। ଭାରତୀୟ ଧାବିକା ଦୂତି ଚାନ୍ଦ ୨୦୦ ମିଟର ଦୌଡରେ ଶେଷ ଆଡୁ ଦ୍ଵିତୀୟ ସ୍ଥାନରେ ରହିଥିଲେ।

ଏବେ ଭାରତ ପାଇଁ ୧୨ତମ ଦିନ ବହୁତ ଖାସ୍ ହେବାକୁ ଯାଉଛି। ଭାରତୀୟ ପୁରୁଷ ହକି ଦଳ ମଙ୍ଗଳବାର ସେମି ଫାଇନାଲରେ ବିଶ୍ଵ ଚାମ୍ପିଅନ ବେଲଜିୟମକୁ ହରାଇ ଫାଇନାଲରେ ପ୍ରବେଶ କରିବା  ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ଆଠ ସ୍ଵର୍ଣ୍ଣ ସହିତ ୧୧ ଅଲିମ୍ପିକ ପଦକ ଜିତିଥିବା ଭାରତର ଅଲିମ୍ପିକରେ ସମୃଦ୍ଧ ଇତିହାସ ଫେରାଇବା ପାଇଁ ମନପ୍ରୀତ ସିଂହଙ୍କ ନେତୃତ୍ଵାଧୀନ ଦଳ ଉକ୍ତ ମାର୍ଗରେ ଅଗ୍ରସର ହେଉଛନ୍ତି। ଆସନ୍ତୁ ଜାଣିବା ୧୨ମ ଦିନର ପୂରା କାର୍ଯ୍ୟକ୍ରମ

ଆଥଲେଟିକ୍ସ

ଅନୁ ରାଣୀ, ମହିଳା ଜାଭେଲିନ ଥ୍ରୋ ଯୋଗ୍ୟତାପର୍ଯ୍ୟାୟ, ଗ୍ରୁପ ଏ, ସକାଳ ୫ଟା ୫୦

ତେଜିନ୍ଦାର ସିଂହ ସୁର, ପୁରୁଷ ସର୍ଟ ଫୁଟ୍  ଯୋଗ୍ୟତାପର୍ଯ୍ୟାୟ, ଗ୍ରୁପ ଏ, ସକାଳ ୩ଟା ୪୫

ହକି

ଭାରତ ବନାମ ବେଲଜିୟମ, ପୁରୁଷ ହକି ସେମି ଫାଇନାଲ, ସକାଳ- ୭ଟା

କୁସ୍ତି

ସୋନମ ମଲିକ ବନାମ ବୋଲୋରତୁଆ ଖୁରେଲେଖୁ(ମଙ୍ଗୋଲିଆ), ସକାଳ- ୮ଟା ୩୦

Spread the love