ଖେଳ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ରସିକିଆ ଖେଳ: ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟିଲେ

ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା। ଶିକ୍ଷକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟିଲେ ଗାଁଲୋକେ। ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ।

ସୂଚନାଅନୁସାରେ, ଖେଳ ଶିକ୍ଷକ ବିଶ୍ୱନାଥ ମୁଦୁଲି ସ୍କୁଲ ନିକଟସ୍ଥ ଏକ ଘରେ ସନ୍ଧ୍ୟା ସମୟରେ ଟିଉସନ୍ କରନ୍ତି। ହେଲେ ଗତକାଲି ବିଶ୍ୱନାଥ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ  ଅନ୍ୟ ଏକ ଘରକୁ ଡାକି ନେଇ  ଅସଦାଚରଣ କରିଥିଲେ। ଏନେଇ ଘରେ ନ କହିବା ପାଇଁ  ଧମକ ବି ଦେଇଥିଲେ। ତେବେ ଛାତ୍ରୀ ଜଣକ ଘରେ ଯାଇ କାନ୍ଦି କାନ୍ଦି ସବୁ କଥା କହିଥିଲେ।

ଏହାପରେ ଗାଁ ଲୋକ ସମ୍ପୃକ୍ତ ଖେଳ ଶିକ୍ଷକଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ। ଶିକ୍ଷକଙ୍କୁ ମାଡ଼ ମରାଯାଇଥିବା ଭିଡିଓ ଏବେ ଶୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Spread the love