ଜମି କାଗଜପତ୍ର ପାଇଁ ୫ ହଜାର ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ

ରାଇରଙ୍ଗପୁର/ବାଦାମପାହାଡ଼: ରାଜ୍ୟରେ ଦୁର୍ନୀତିର ସୀମା ଟପିଛି। ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀମାନେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ୍ ଯାଉଥିବା ବେଳେ ବିଗତ ଦିନରେ ସରକାର ଅନେକ ଗୁଡ଼ିଏ କର୍ମଚାରୀଙ୍କୁ ନିଲମ୍ବନ ଓ ବହିଷ୍କାର କରିଛନ୍ତି। ଏହା ସତ୍ତ୍ବେ ବି ଅନ୍ୟମାନେ ସୁଧୁରୁ ନାହାଁନ୍ତି। ଆଜି ସାନ୍ଧ୍ୟା ୭ଟାରେ ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକର ଜୟପୁର ସର୍କଲର ରାଜସ୍ବ ନିରୀକ୍ଷକ ରାକେଶ କୁମାର ପାତ୍ର ଜମି ମାପ ଓ ଚିହ୍ନଟ ପାଇଁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡ଼ି ବସିଛନ୍ତି।

ରାଇରଙ୍ଗପୁର ପୌର ପାଳିକା ଅନ୍ତର୍ଗତ ୬ ନଂ ୱାର୍ଡର ରାମଦାସ ସାହୁଙ୍କ ଜୟପୁର ଆରଆଇ ସର୍କଲର ଭୁଟକାବାଦି ଓ ଡୁମୁରିଆ ଗ୍ରାମର ୫ ଗୋଟି ଜମିର ମାପ ନିମନ୍ତେ ରାଇରଙ୍ଗପୁର ଟାଉନଥାନା ଅର୍ନ୍ତଗତ ଦୂର୍ଗାମଣ୍ଡପ ଛକ ନିକଟରେ ରାମଦାସ ସାହୁଙ୍କ ଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ଆରଆଇ ରାକେଶ ପାତ୍ରଙ୍କଠାରୁ କେମିକାଲ୍ ବଳା ୫ ହଜାର ଟଙ୍କା ଜବତ କରି ଗିରଫ କରିଛି। ଆରଆଇ ଶ୍ରୀ ପାତ୍ରଙ୍କ ଘର ମୟୂରଭଞ ଜିଲ୍ଲା ବଡସାହି ଥାନା ଅର୍ନ୍ତଗତ ସିଂଘଟିଆ ଗ୍ରାମରେ। ତେବେ ସେ ବାରିପଦାସ୍ଥିତ ମୁର୍ଗାବାଡ଼ିରେ ରହିଆସୁଥିଲେ। ଭିଜିଲାନ୍ସ ଟିମ୍ ଏକକାଳୀନ ଜୟପୁରସ୍ଥିତ ଆରଆଇ ଅଫିସ, ରାଇରଙ୍ଗପୁରସ୍ଥିତ ସରକାରୀ କ୍ୱାର୍ଟର ଓ ବାରିପଦାସ୍ଥିତ ମୁର୍ଗାବାଡି ବାସଭବନରେ ଚଢ଼ାଉ କରିଛି। ଏନେଇ ବାଲେଶ୍ୱର ଭିଜିଲନ୍ସ ପକ୍ଷରୁ କେସ୍ ନଂ ୨୪/୩୧ରେ ଏକ ମାମଲା ରୁଜୁ ହୋଇଛି। ଚଢାଉ ସମୟରେ ଟିମର ବାରିପଦା ଏଏସପି ହରେକୃଷ୍ଣ ମାଝୀ, ବାରିପଦା ଇନିସପେକ୍ଟର ଦୁଷ୍ମନ୍ତ ନାୟକଙ୍କ ସମେତ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟଳୟର ଅଫିସରମାନେ ସାମିଲ ଥିଲେ।

Spread the love