ଇତିହାସ ରଚିଲା ମହିଳା ହକି ଟିମ୍, ଅଷ୍ଟ୍ରେଲିଆକୁ ମାତ୍ ଦେଇ ସେମିରେ ପ୍ରବେଶ

ଟୋକିଓ ଅଲିମ୍ପିକରେ ଭାରତୀୟ ମହିଳା ହକି ଟିମର ଦମଦାର ପ୍ରଦର୍ଶନ । ୧-୦ରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲର ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ଭାରତ ଇତିହାସରେ ପ୍ରଥମ । ପ୍ରଥମ ଥର ପାଇଁ ସେ ଭାରତୀୟ ହକି ଟିମ ଅଲିମ୍ପିକରେ ସେମିରେ ପ୍ରବେଶ କରି ଏଭଳି ଇତିହାସ ହାସଲ କରିଛି । ଗୁରୁଜିତ କୌର ଭାରତ ପାଇଁ ଏକ ଚମତ୍କାର ଗୋଲ ସ୍କୋର କରିଥିଲେ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ହକି ମ୍ୟାଚରେ କଡ୍ଡା ମୁକାବିଲା ଦେଖିବାକୁ ମିଳିଥିଲା । ଏହି କ୍ୱାର୍ଟରରେ ଅଷ୍ଟ୍ରେଲିଆ ଦଳ ଭାରି ଦେଖାଯାଉଥିଲା, କିନ୍ତୁ ଗୋଟିଏ ଗୋଲ ସ୍କୋର କରିପାରି ନଥିଲା । ଫଳରେ ଟିମ୍ ଇଣ୍ଡିଆ ମ୍ୟାଚ୍‌ରେ ୧-୦ରେ ଆଗୁଆ ରହିଛି । ତେବେ ଦଳର ଏଭଳି ସଫଳତା ପାଇଁ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଶୁଭେଚ୍ଛା ଜଣାଇଛନ୍ତି ।

Spread the love