ସୋଆ ଯୁକ୍ତଦୁଇ ମହାବିଦ୍ୟାଳୟରେ ନିଶା ମୁକ୍ତ ପ୍ରତିଜ୍ଞା ଅଭିଯାନ କର୍ମଶାଳା

ଭୁବନେଶ୍ୱର, ଅଗଷ୍ଟ ୭: କେନ୍ଦ୍ର ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୬ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଯୁକ୍ତ ଦୁଇ ମହାବିଦ୍ୟାଳୟର ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ଆଶାବରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ପ୍ରଜାପତି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କଳିଙ୍ଗ ନଗର ଶାଖା ମୁଖ୍ୟ ବି. କେ. ସବିତା ଛାତ୍ରଛାତ୍ରୀଙ୍କୁ ନିଶାର କୁପରିଣାମ, ସୁସ୍ଥ ଜୀବନ ଶୈଳୀ ଓ ନିଶା ନିବାରଣ ସଚେତନତା ଉପରେ ଆଲୋକପାତ କରି ନିଶା ମୁକ୍ତ ଭାରତ ଗଠନରେ ସାମୂହିକ ଶପଥ ଗ୍ରହଣ କରାଇଥିଲେ । କର୍ମଶାଳାରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ ।
ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ \’ନିଶା ମୁକ୍ତ ଭାରତ\’ ଅଭିଯାନ ଅଧୀନରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଗଷ୍ଟ ୬ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ୧୦ କୋଟି ନିଶା ମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ବିନା ଶୁଳ୍କରେ ଆୟୋଜିତ କରାଯିବ ବୋଲି ଶାଖା ମୁଖ୍ୟ ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *