ଘାଟିକିଆରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ତିନି ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କଲା ସ୍ପେସାଲ ସ୍କ୍ଵାର୍ଡ

ଭୁବନେଶ୍ୱର ଘାଟିକିଆରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେସାଲ ସ୍କ୍ଵାଡ । ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ।
ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ସ୍ପେସାଲ ସ୍କ୍ଵାଡ । ଏହି ୩ ମହିଳା ଝାରୁସଗୁଡ଼ାରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ପହଞ୍ଚାଆନ୍ତି । ପରବର୍ତ୍ତୀ ସମୟରେ ଏହାକୁ ଛୋଟ ଛୋଟ ପ୍ୟାକରେ ବସ୍‌ରେ ଝାଡ଼ଖଣ୍ଡ ଚାଲାଣ କରାଯାଉଥିଲା ବୋଲି ଜଣାପଡ଼ିଛି । ଏହି ଗଞ୍ଜେଇ ରାକେଟର ମାଷ୍ଟରମାଇଣ୍ଡ କିଏ । ଏଥିରେ ଆଉ କେତେ ଜଣ ସଂପୃକ୍ତ ଅଛନ୍ତି । କେତେ ଦିନ ହେଲାଣି ସେମାନେ ଗଞ୍ଜେଇ ଚାଲାଣ କରୁଥିଲେ ସେନେଇ ସ୍ପେଶାଲ ସ୍କ୍ଵାଡ ତଦନ୍ତ ଚଳାଇଛି ।

Spread the love