ଅଧା ରହିଲା ବାହାଘର, ସ୍ତ୍ରୀକୁ ବେଦୀରୁ ଛାଡ଼ି ପଳେଇଗଲା ବର

ବାଲେଶ୍ୱର : ଅଧା ବିବହାରୁ ବଦଳିଗଲା ବରର ମନ । ସ୍ତ୍ରୀକୁ ବେଦୀରୁ ଛାଡ଼ି ପରିବାର ଲୋକଙ୍କ କଥାରେ ପଡି ପଳେଇଗଲା । ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ରାଧା କୃଷ୍ଣ ମନ୍ଦିରରେ । ବରକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଉଭୟଙ୍କ ମଧ୍ୟରେ ୩ ବର୍ଷର ପ୍ରେମ ସମ୍ପର୍କ ଥିଲା । ପରେ ୩ ମାସ ହେବ ଉଭୟ ଘରଛାଡ଼ି ବାଲେଶ୍ବର ସହରରେ ଏକ ଭଡ଼ାଘରେ ରହୁଥିଲେ । ତେବେ ଆଜି ଉଭୟଙ୍କ ସହମତିରେ ରେଜିଷ୍ଟ୍ରି ବିବାହ ହୋଇଥିବା ବେଳେ ବିଧି ଅନୁସାରେ ମନ୍ଦିରରେ ବିବାହ ଚାଲିଥିଲା ।

ତେବେ ବର ପକ୍ଷରୁ କିଛି ବ୍ୟକ୍ତି ମନ୍ଦିର ଭିତରେ ଧସେଇ ପଶି ବରକୁ ନେଇ ଯିବାକୁ ଉଦ୍ୟମ କରିବା ସହ ବର ମନକୁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥିଲେ । ତେବେ ବର କ୍ଷୀରୋଦ ମହାନ୍ତକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ କନ୍ୟା ଲାବଣ୍ୟ ସ୍ମିତା ପୁଅକୁ ବିବାହ କରିବାକୁ ଜିଦ୍ ଧରିଛି । ଅନ୍ୟପଟେ ବର ଘର ପରିବାର ପକ୍ଷରୁ ଏହି ବିବାହକୁ ଆଦୌ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ବେଳେ ଉଭୟ ପକ୍ଷକୁ ନେଇ ସହଦେବ ଖୁଣ୍ଟା ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Spread the love