ଅଧା ରାସ୍ତାରେ ଖରାପ ହେଲା ଆମ୍ବୁଲାନ୍ସ, ଗୁରୁତର ରୋଗୀଙ୍କ ମୃତ୍ୟୁ
ସୋର: ଅଧା ରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ। ଦୀର୍ଘ ସମୟ ଧରି ଖରାପ ହେବାରୁ ଚାଲିଗଲା ରୋଗୀଙ୍କ ଜୀବନ । ଆମ୍ବୁଲାନ୍ସକୁ ଅଟକ ରଖିଲେ ସଂମ୍ପର୍କୀୟ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଗ୍ରାମ ର ଭାଗବତ ସାହୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଖଇରା ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ୧୦୮ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲ ନିଆଯାଉଥିଲା । ଜଳଙ୍ଗ ଛକ ଠାରେ ହଠାତ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ଗାଡିରେ ଥିବା ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଘଟଣା ପରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ସେମାନେ ଆମ୍ବୁଲାନ୍ସକୁ ଅଟକ ରଖି ଘଟଣାକୁ ନେଇ ପ୍ରତିବାଦ କରିଥିବା ଜଣାପଡ଼ିଛି। ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଅଧା ରାସ୍ତାରେ କିପରି ଖରାପ ହେଲା ଏବଂ ଆବଶ୍ୟକ ସମୟରେ ବିକଳ୍ପ ଆମ୍ବୁଲାନ୍ସ ବ୍ୟବସ୍ଥା କରାଗଲା କି ନାହିଁ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
