ଅସହ୍ୟ ତାତି ; ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ସାରା ରାଜ୍ୟରେ ତାତିର ତାଉ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳିତ ହେଉଛନ୍ତି ସାଧାରଣ ଲୋକେ । ଦିନ ସାଢ଼େ ୨ଟା ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରି ଅତିକ୍ରମ କରିଛି । ଝାରସୁଗୁଡ଼ାରେ ୪୪ ଦଶମିକ ୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ସମ୍ବଲପରୁରରେ ୪୩ ଦଶମିକ ୨ ଡିଗ୍ରି ଏବଂ ହୀରାକୁଦରେ ୪୩ ଡିଗ୍ରି ରେକର୍ଡ କରାଯାଇଛି । ରାଉରକେଲା ଓ ଭୁବନେଶ୍ବରରେ ୪୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ତାପମାତ୍ରା ସାଙ୍ଗକୁ ଆଦ୍ରତା ମଧ୍ୟ କିଛି ସ୍ଥାନରେ ଅଧିକ ରହୁଛି । ଝାରସୁଗୁଡ଼ାରେ ୧୧ ପ୍ରତିଶତ ଆଦ୍ରତା ଥିବା ବେଳେ ସମ୍ବଲପୁରରେ ୩୨ ଡିଗ୍ରି, ହୀରାକୁଦରେ ୨୫ ଡିଗ୍ରି, ଭୁବନେଶ୍ବରରେ ୩୨ ଡିଗ୍ରି, ରାଉରକେଲାରେ ୧୯ ଡିଗ୍ରି ଏବଂ କେନ୍ଦୁଝରରେ ଆଦ୍ରତା ୩୨ ଡିଗ୍ରି ରହିଛି । ସେହିପରି ବିଭିନ୍ନ ସ୍ଥାନରେ ଅନୂଭୂତ ତାପମାତ୍ରା ବେଶ ଅଧିକ ରହିଛି । ବିଶେଷକରି ସମ୍ବଲପୁରରେ ଅନୂଭତ ତାପମାତ୍ରା ୫୧ ଡିଗ୍ରି ରେକର୍ଡ ହୋଇଛି । ବାଲେଶ୍ବରରେ ତାପମାତ୍ରା ୩୭ ଦଶମିକ ୬ ଡିଗ୍ରି ଥିଲା ବେଳେ ଅନୁଭୂତ ତାପମାତ୍ରା ୪୮ ଡିଗ୍ରି ରହିଛି । ଗୋପାଳପୁରରେ ୩୨.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଅନୁଭୂତ ତାପମାତ୍ରା ୪୭ ଡିଗ୍ରି ରହୁଛି । ଆହୁରି ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Spread the love