କଟକ ଏସସିବି ଟ୍ରମା କାଜୁଆଲିଟିରେ ଅଗ୍ନିକାଣ୍ଡ ଘଟଣା, ୧୩ ଜଣଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ

କଟକ : କଟକ ଏସସିବି ଟ୍ରମା କାଜୁଆଲିଟିରେ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଦ୍ବନ୍ଦ୍ବରେ ଅଛନ୍ତି । କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡକୁ ୨୪ ଘଣ୍ଟା ବିତିଥିଲେ ବି ଏସସିବି କର୍ତ୍ତୃପକ୍ଷ ସୂଚନା ଦେଉନଥିବା ଅଭିଯୋଗ କରିଛନ୍ତି । ଗତକାଲି ୧୦ ଜଣଙ୍କ ମୃତ୍ୟୁ ହୋଇ ଥିବା ସୂଚନା ରଖି ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଣା ପରେ ଆଉ ତିନି ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଥିବା କଥା ସାମ୍ନାକୁ ଆସିଛି । ଗତକାଲି ଅପରାହ୍ନରୁ ରାତି ଭିତରେ ଆଉ ତିନି ଜଣଙ୍କ ମୃତ୍ୟୁ ହୋଇ ଥିବା କହିଛନ୍ତି ମୃତକଙ୍କ ପରିବାରବର୍ଗ । ହେଲେ ଏନେଇ ଆନୁଷ୍ଠାନିକ ଭାବରେ କୌଣସି ତଥ୍ୟ ରଖିନାହାନ୍ତି ଏସସିବି କର୍ତ୍ତୃପକ୍ଷ ।

ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ବାଳଙ୍କୁ ବିଚାରବିଭାଗୀୟ ତଦନ୍ତ ଦାୟିତ୍ବ ଦିଆଯାଇଛି । ଘଟଣାର ତଦନ୍ତ କରି ୬୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । କେଉଁ ପରିସ୍ଥିତିରେ ଆଇସିୟୁରେ ଲାଗିଲା ନିଆଁ, ମେଡିକାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକାଠାକ ଥିଲା କି, ଘଟଣା ପଛରେ କାହାର ରହିଛି ଦୋଷତ୍ରୁଟି ତଦନ୍ତ କରି ରିପୋର୍ଟ ଦେବାକୁ ଗୃହ ବିଭାଗର ନିର୍ଦ୍ଦେଶ ରହିଛି ।

Spread the love

Leave a Reply

Your email address will not be published. Required fields are marked *