କଟକ ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
କଟକ: କଟକ ପ୍ରେସଛକ ମାଛ ମାର୍କେଟ ଜଳିଗଲା । ରାତି ପ୍ରାୟ ୩ଟା ବେଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରେସଛକରେ ଥିବା ମାଛ ମାର୍କେଟ ପୋଡ଼ି ପାଉଁଶ ହୋଇଛି । ପାଖାପାଖି ୩୦ରୁ ଅଧିକ ଦୋକାନ ପୋଡ଼ିଯାଇଛି । ମାଛ ମାର୍କେଟ୍ ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ ନିଆଁ ଲାଗିଯାଇଛି । ନିଆଁ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁର ପ୍ରକୋପ ଏତେ ଥିଲା ଯେ, ଓଭରବ୍ରିଜ ଉପର ଯାଏଁ ନିଆଁ ଉଠିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି ।
ବ୍ୟବସାୟୀଙ୍କ ଟଙ୍କା ପୋଡ଼ି ନଷ୍ଟ ହୋଇଯାଇଛି । ମାଛ ଗୋଦାମ ପାଖ ବ୍ୟାଙ୍କ ଅଫ ଇଣ୍ଡିଆ ଗୋପାଳପୁର ଶାଖା ଓ ଏକ ରଙ୍ଗ ଗୋଦାମ ସଂପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଛି । କଟକ ବକ୍ସିବଜାର, ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ନିଆଁ ଆୟତ୍ତ ହୋଇ ପାରି ନାହିଁ । ୩୦ ଲକ୍ଷରୁ ଅଧିକ ଟଙ୍କା ଜଳି ଯାଇଛି ।
