କ୍ରସ ଭୋଟିଂ ପରେ ବିଧାୟକ ରମେଶ ଜେନାଙ୍କ ବିରୋଧରେ କଂଗ୍ରେସର କଡ଼ା ଆଭିମୁଖ୍ୟ, ହଟିବନି ନିଲମ୍ବନ

ଭୁବନେଶ୍ୱର :  କ୍ରସ ଭୋଟିଂ ପରେ ବିଧାୟକ ରମେଶ ଜେନାଙ୍କ ବିରୋଧରେ କଂଗ୍ରେସର କଡ଼ା ଆଭିମୁଖ୍ୟ । ହଟିବନି ନିଲମ୍ବନ । ବିଧାୟକ ପଦ ରଦ୍ଦ ନେଇ ବାଚସ୍ପତିଙ୍କୁ ଆବେଦନ କରାଯିବ ।  ବିନା ରମେଶ ଜେନାରେ ଗଞ୍ଜାମ କଂଗ୍ରେସ ଚାଲିପାରିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।  ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପରେ ଗଞ୍ଜାମ କଂଗ୍ରେସର ବଡ଼ ବୈଠକରେ ଆଲୋଚନା ହୋଇଛି ।

ଅନ୍ୟପଟେ ବାପା କଂଗ୍ରେସ ଏଜେଣ୍ଟ ଥିଲେ, ପୁଅ ଭୋଟ କୁଆଡ଼େ ଯାଇଥିବ ବୋଲି ପ୍ରଶ୍ନ କରିଥିଲେ ରମେଶ ଜେନା ।  ଏହାକୁ ନେଇ ରମେଶ ଜେନାଙ୍କୁ ବିଧାୟକ ସାଗର ଦାସ ଜବାବ ଦେଇନ୍ତି ।  ରାଜ୍ୟସଭା ନିର୍ବାଚନରେ ସେ ମତଦାନ କରିବା ବେଳେ କଂଗ୍ରେସ ରାଜ୍ୟ ପ୍ରଭାରୀ ଏଜେଣ୍ଟ ଥିଲେ ବୋଲି ସାଗର କହିଛନ୍ତି  ।

କ୍ରସ ଭୋଟିଂକୁ ନେଇ କଂଗ୍ରେସ ରାଜନୀତି ସରଗରମ ।  ଭକ୍ତ ଯେଉଁ ରାଜ୍ୟରେ ପ୍ରଭାରୀ ହୋଇଛନ୍ତି ସେଠି ସଂଗଠନ କଣ ହୋଇଛି ଓ କାହିଁକି ସେଠାରୁ ତାଙ୍କୁ ବିଦା କରାଯାଇଛି ତାର ତର୍ଜମା କରାଯାଉ ବୋଲି କହି ବର୍ଷିଥିଲେ ରମେଶ ଜେନା । ସେପଟେ କଡ଼ା ଜବାବ ରଖିଛନ୍ତି ଭକ୍ତ ଦାସଙ୍କ ପୁଅ ବିଧାୟକ ସାଗର ଦାସ ।  କହିଛନ୍ତି, ରମେଶ ଜେନାଙ୍କ ଲେଖାପଢ଼ା ଟିକିଏ କମ ତ ସେ ବୋଧେ ସଠିକ ସୂଚନା ପାଇନାହାନ୍ତି ।

ମୁଁ ଭୋଟ ଦେବାକୁ ଯିବା ବେଳେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ଏଜେଣ୍ଟ ଥିଲେ ।  କେହି ଟଙ୍କା ପଇସା ଦେଇ ଆମକୁ କିଣିପାରିବନି ।  କୌଣସି କ୍ରାଇମ କରିନୁ କି ଆମର ବେଆଇନ ବେପାର ନାହିଁ ଯେଉଁଥିପାଇଁ ସରକାରରୁ ସୁରକ୍ଷା ଦରକାର ।  ରମେଶ ଜେନା ଧୋକା ଦେବା ପରେ ଯୁକ୍ତି ବାଢ଼ିଛନ୍ତି ।  ସତ କଣ ସମସ୍ତେ ଜାଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *