ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍: ଆସନ୍ତା ୧୫ରେ ଛାତ୍ର ସଂସଦ ନିର୍ବାଚନ, ୧୬ରେ ଶପଥ ଗ୍ରହଣ
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆସନ୍ତା ୧୫ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ । ୭ ତାରିଖରେ କଲେଜ ପକ୍ଷରୁ ପ୍ରକାଶ ପାଇବ ବିଜ୍ଞପ୍ତି । ୯ରେ ନାମାଙ୍କନ ହେବ । ୧୬ ତାରିଖରେ ଶପଥ ଗ୍ରହଣ ସମାରୋହ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏ ଦେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଦୀର୍ଘ ୮ ବର୍ଷ ପରେ କଲେଜ ଇଲେକସନ ହେବ। ୨୦୧୭ରେ ଶେଷ ଥର ନିର୍ବାଚନ ହୋଇଥିଲା। ଆଜି ନିର୍ବାଚନ ତାରିଖ ଘୋଷଣା ସହ କ୍ୟାମ୍ପସରେ ଛାତ୍ର ରାଜନୀତି ସରଗରମ ହୋଇଛି ।
