ଢେଙ୍କାନାଳ ହିନ୍ଦୋଳରେ ହାତୀ ଉପଦ୍ରବ, ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ
ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ହାତୀ ଉପଦ୍ରବ । ଏକର ଏକର ଧାନ ଫସଲ ନଷ୍ଟ । ଦଳି ଚକଟି ଫସଲ ନଷ୍ଟ କରୁଛନ୍ତି । ହିନ୍ଦୋଳ ସେକ୍ସନ ପଡ଼ା ଗାଁରେ ଦୁଇ ଦିନ ହେବ ବୁଲୁଛନ୍ତି ୮୦ ଟିକିଆ ହାତୀପଲ । ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ । ପ୍ରତିଦିନ ଚାଷ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ହାତୀକୁ ଘଉଡାଇବାକୁ ବନବିଭାଗ ନାକେଦମ୍ ।
