ଦୁଇଟି ସ୍ଥାନରୁ ୩ ବାଘଛାଲ ଜବତ, ୧୧ ଗିରଫ
ରାୟଗଡ଼ା: ଦୁଇଟି ସ୍ଥାନରୁ ୩ ବାଘଛାଲ ଜବତ, ୧୧ ଗିରଫ। ରାୟଗଡ଼ା ଜିଲ୍ଲାରେ ବିରଳ ପ୍ରାଣୀ ଚୋରା ଚାଲାଣ ରାକେଟ ସକ୍ରିୟ। କଲ୍ୟାଣସିଂହପୁର ବନାଞ୍ଚଳ ଅଧୀନ ରିବଲକଣା ଗାଁରେ ଚଢ଼ଉ କରି ବାଘ ଛାଲ ଜବତ କରିଛି ବନ ବିଭାଗ । ଏହି ଘଟଣାରେ କଳାହାଣ୍ଡି ଜିଲ୍ଲାର ୪ଜଣ ଓ ରାୟଗଡା ଜିଲ୍ଲାର ୫ ଜଣଙ୍କୁ ଗିରଫ୍ କରିଛି ବନ ବିଭାଗ । ସେମାନଙ୍କ ଠାରୁ ତିନୋଟି ବାଇକ୍ ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଛନ୍ତି । ଗତ ବର୍ଷ ନଭେମ୍ବର ମାସରେ ବାଘକୁ ଶିକାର କରି ହାଡ, ନଖ ସବୁ ବିକ୍ରି କରିଥିଲେ । ବର୍ତ୍ତମାନ ବାଘ ଛାଲକୁ ଆନ୍ତଃ ରାଜ୍ୟ ବନ୍ୟଜନ୍ତୁ ଚୋରା ଚାଲାଣକାରୀଙ୍କୁ ବିକ୍ରି କଲା ବେଳେ କାବୁ କରିଥିଲ ବନ ବିଭାଗ। ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ପରେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
