ଦୋକାନରୁ ଘରକୁ ବ୍ୟାପିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଟିଟିଲାଗଡ଼: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଟିଟିଲାଗଡ଼ ନିକଟ ଗୁଞ୍ଚିତରା ଗାଁରେ ଭୟାବହ ଅଗ୍ନିକାଣ୍ଡ । ପ୍ରଥମେ ଜଣେ ବ୍ୟକ୍ତିଙ୍କ ଦୋକାନରେ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ସମ୍ପୂର୍ଣ୍ଣ ଘର ପୋଡି ନଷ୍ଟ ହୋଇ ଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଘର ଛାତ ଫଟାଇ ନିଆଁ ଉପରକୁ ଉଠିଥିଲ। ନିଆଁ ଲାଗିବାରୁ ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ନିଆଁକୁ ଆୟତ୍ତ କରିବାକୁ ଯାଇ ଘରର କିଛି ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ସୂଚନା ଅନୁସାରେ, ପ୍ରଥମେ ଜଣେ ବ୍ୟକ୍ତିଙ୍କ ଦୋକାନରେ ହଠାତ୍ ନିଆଁ ଲାଗିଥିଲା। ଦୋକାନରେ ନିଆଁ ଲାଗିବା ପରେ ଏହା ଧୀରେ ଧୀରେ ଘରକୁ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ନିଆଁର ପ୍ରକୋପ ବଢ଼ିବା ସହ ସମ୍ପୂର୍ଣ୍ଣ ଘରଟି ନିଆଁ କବଳରେ ଆସିଥିଲା । ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ, ଘରର ଛାତ ଫଟାଇ ନିଆଁର ଶିଖା ଉପରକୁ ଉଠୁଥିବା ଦେଖାଯାଇଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାକୁ ନେଇ ତଦନ୍ତ ଜାରି ରହିଛି ।
