ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡି ଯୁବକଙ୍କ ଗଲା ଜୀବନ
ନବରଙ୍ଗପୁର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ । ନବରଙ୍ଗପୁର ଉପକଣ୍ଠ ଇନ୍ଦ୍ରାବତୀ ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡି ଗଲେ ଜଣେ ଯୁବକ । ମୃତ ଯୁବକ ହେଲେ ସହର ସ୍ଥିତ ଦଣ୍ଡାସି ସାହିର ଜିତୁ ସଗରିଆ । ଜିତୁ ନିଜର କିଛି ସାଙ୍ଗ ମାନଙ୍କ ସହିତ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ନଦୀ ପାଣିରେ ବୁଡି ଯାଇଥିଲେ । ଉପସ୍ଥିତ ସାଙ୍ଗମାନେ ଜିତୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ତାଙ୍କ ଶବକୁ ଉଦ୍ଧାର କରିବା ସହିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜିତୁଙ୍କୁ ମୃତ ଘୋଷଣା କରିଛନ୍ତି । ଶବକୁ ବର୍ତ୍ତମାନ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
