ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ, ଗିରଫ ସ୍ପାଇଡର ସତୀକୁ ନିର୍ଦ୍ଦୋଷରେ ଖଲାସ

ଭୁବନେଶ୍ବର: ଖସିଗଲା ସ୍ପାଇଡର ସତୀ ।  ନିରଞ୍ଜନଙ୍କ ଘରୁ ଚୋରି ମାମଲାରେ ଗିରଫ ସ୍ପାଇଡର ସତୀକୁ ନିର୍ଦ୍ଦୋଷରେ ଖଲାସ କଲେ ଭୁବନେଶ୍ବର ଜେଏମଏଫସି କୋର୍ଟ-୩ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ବର ସ୍ଥିତ ଘରୁ ଗତବର୍ଷ ଜାନୁଆରୀ ୨୪ରେ ଚୋରି ହୋଇଥିଲା ।  ସୁନା ଗହଣା ସହ କିଛି ନଗଦ ଅର୍ଥ ଚୋରି ନେଇ ଅଭିଯୋଗ ହୋଇଥିଲା । କମିଶନରଟେ ପୋଲିସ ତଦନ୍ତର ଦିଗ ଆଗକୁ ବଢାଇବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ।

ପରବର୍ତ୍ତୀ ସମୟରେ କାରି ସତୀ ବାବୁ ଓରଫ ସ୍ପାଡର ସତୀଙ୍କୁ ଗିରଫ କରିଥିଲା ପୋଲିସ ।  ସ୍ପାଇଡର ସତୀର ବୟସ ୪୦ ବର୍ଷ ।  ତା ଘର ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରୁ । ସେ କାନ୍ଥ ଡେଇଁ ଅନାୟାସରେ ଯାଇ ଚୋରି କରିବାରେ ମାହରି । ସେଥିପାଇଁ ତାକୁ ସ୍ପାଇଡର ସତୀ ଡାକନ୍ତି ଲୋକ ।  ନିରଞ୍ଜନଙ୍କ ଘରୁ ଚୋରି ମାମଲାରେ ତାକୁ ଗିରଫ କରାଯାଇଥିଲା ।  ତେବେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ସ୍ପାଇଡର ସତୀକୁ ଭୁବନେଶ୍ବର ଜେଏମଏଫସି କୋର୍ଟ-୩ ଦୋଷମୁକ୍ତ କରିଛନ୍ତି ।

Spread the love