ପାଞ୍ଚୋଟି ମୋଟର ସାଇକେଲ ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ଟଳିଲା ବିପଦ

ବିନିକା : ପାଞ୍ଚୋଟି ମୋଟର ସାଇକେଲ ଉପରେ ଚଢ଼ିଗଲା ଟ୍ରକ। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ବରଗଡ଼ରୁ ସାର ବୋଝେଇ ଆସୁଥିବା ଏକ ଟ୍ରକ ରାସ୍ତା କଡ଼ରେ ଛିଡ଼ା ହୋଇଥିବାବେଳେ ହଠାତ୍ ଆପେ ଆପେ ଗଡ଼ି ଯାଇଥିଲା । ଟ୍ରକ ଡ୍ରାଇଭର ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହାରାଇଥିବା ସନ୍ଦେହ କରାଯାଉଛି । ଫଳରେ ଟ୍ରକଟି ଦ୍ରୁତ ଗତିରେ ଆଗକୁ ବଢ଼ି ପ୍ରଥମେ ଏକ ହାଇୱାକୁ ଧକ୍କା ଦେଇଥିଲା । ପରେ ରାସ୍ତା କଡ଼ରେ ଥିବା ଏକ ପାନ ଦୋକାନ ସମ୍ମୁଖରେ ପାର୍କିଂ କରାଯାଇଥିବା ପାଞ୍ଚଟି ମୋଟରସାଇକେଲ ଉପରେ ଚଢ଼ି ଯାଇଥିଲା । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ପ୍ରାଣ ହରାଇନାହାଁନ୍ତି । ଏହି ଦୁର୍ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଅଳ୍ପକେ ଏକ ବଡ଼ ଅଘଟଣ ଟଳିଯାଇଛି । ଖବର ପାଇ ବିନିକା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକେ ମଧ୍ୟ ଏହି ଘଟଣା ପରେ ରାସ୍ତା ସୁରକ୍ଷା ଏବଂ ଭାରୀ ଯାନବାହନ ପାର୍କିଂ ବ୍ୟବସ୍ଥା ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *