ବର୍ଷକରେ ଷଷ୍ଠ ଥର ବନ୍ୟା, ଲୋକଙ୍କ ସହ ଉଦ୍ଧାର ହେଲେ ଗୃହପାଳିତ ପଶୁ

ବାସୁଦେବପୁର: ଚଳିତ ବର୍ଷ ଷଷ୍ଠ ଥର ପାଇଁ ବନ୍ୟା ସହ ଲଢ଼ୁଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଳକ୍ । ନାହିଁନଥିବା ଅସୁବିଧାରେ ଲୋକ । ପାଣି ଘେରରେ ଅଛନ୍ତି ଲୋକ । ସାପ ଭଳି ବିଭିନ୍ନ ହିଂସ୍ର ଜୀବଙ୍କ ସହ କଟୁଛି ଦିନ ଆଉ ରାତି । ଚାଲିଛି ରେସକ୍ୟୁ ଅପରେସନ । ବନ୍ୟା ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଆଜି ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ପୌରପାଳିକାର ୨୨ ନମ୍ବର ୱାର୍ଡରେ ବନ୍ୟା ଘେରରେ ଥିବା ଲୋକ ଓ ଗୃହ ପାଳିତ ପଶୁଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ଅଗ୍ନିଶମ କର୍ମଚାରୀ । ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ବନ୍ୟା ଘେରରେ ଫସିଥିବା ଲୋକଙ୍କୁ ଡଙ୍ଗା ଓ ଅନ୍ୟାନ୍ୟ ଉଦ୍ଧାରକାରୀ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ଏଥିସହ ଗୃହପାଳିତ ପଶୁଙ୍କୁ ମଧ୍ୟ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଉଦ୍ୟମ ଜାରି ରହିଛି । ଆଜି ବାସୁଦେବପୁର ପୌରପାଳିକାର ୨୨ ନମ୍ବର ୱାର୍ଡରେ ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ବନ୍ୟା ପାଣି ଘେରରେ ଥିବା ଲୋକଙ୍କ ସହ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଉଛନ୍ତି । ଅଗ୍ନିଶମ କର୍ମଚାରୀଙ୍କ ଏହି ଉଦ୍ଧାର କାର୍ଯ୍ୟରେ ବନ୍ୟା ବିପନ୍ନମାନେ ଆଶ୍ୱସ୍ତ ହୋଇଛନ୍ତି । ତେବେ ବନ୍ୟା ପାଣି କେବେ କମିବ ଏବଂ ଲୋକେ କେବେ ସ୍ୱାଭାବିକ ଜୀବନକୁ ଫେରିବେ, ତାହାକୁ ନେଇ ଏବେ ଚିନ୍ତାରେ ଅଞ୍ଚଳବାସୀ ।

Spread the love

Leave a Reply

Your email address will not be published. Required fields are marked *