ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାଶ, ୫ଟି ପିସ୍ତଲ ସହ ୫ ଅଭିଯୁକ୍ତ ଗିରଫ

ସମ୍ବଲପୁର : ସମ୍ବଲପୁରରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାଶ  ।  ୫ଟି ପିସ୍ତଲ ଜବତ ସହ ୫ ଅଭିଯୁକ୍ତ ଗିରଫ । ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ୫ଟି ବେଆଇନ ଦେଶୀ ପିସ୍ତଲ ସହ ୧୯ ରାଉଣ୍ଡ ଗୁଳି ଜବତ କରିଛି । ସମ୍ବଲପୁର ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏସପି ମୁକେଶ କୁମାର ଭାମୁ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିନୟ ପ୍ରଧାନ, ବିକ୍ରମ ପଟ୍ଟନାୟକ, ନୁରୁଲ ହୁଡ଼ା, ଲାଲମୋହନ ଯାଦବ ଏବଂ ଭାରତ ସୁନା।  ଏସପିଙ୍କ ସୂଚନା ଅନୁସାରେ, ଗିରଫ ଭାରତ ସୁନା ଜଣେ ପୂର୍ବତନ ରେଳବାଇ କର୍ମଚାରୀ । ସେ ବିହାରର ମୁଙ୍ଗେର ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଆଣି ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳରେ ଯୋଗାଉଥିଲା। ଅନ୍ୟ ଅଭିଯୁକ୍ତ ବିକ୍ରମ ପଟ୍ଟନାୟକଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ଏହି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅଇଁଠାପାଲି ଏବଂ କ୍ଷେତ୍ରରାଜପୁର ଥାନା ପୋଲିସ ମିଳିତ ଭାବେ ଏହି ସଫଳ ଅପରେସନ କରିଥିବା ଏସପି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *