ମନ୍ଦିର ଭିତରକୁ ଚୋରି କରିବାକୁ ଯାଇ ହଟହଟା ଚୋର, କବାଟ ଫାଙ୍କରେ ପଶି ରହିଲା

କାମାକ୍ଷାନଗର : ମନ୍ଦିର ଭିତରକୁ ଚୋରି କରିବାକୁ ଯାଇ ଫସିଗଲା ଚୋର । କବାଟ ଫାଙ୍କରେ ପଶିଲା, ଆଉ ବାହାରି ପାରିଲା ନାହିଁ । ପରେ ଗ୍ରାମବାସୀଙ୍କ ସୂଚନା ପାଇ ପୋଲିସ୍ ପହଞ୍ଚି ଉଦ୍ଧାର କରିଥିଲା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଚାନ୍ଦପୁର ଗାଁର ବାବା ସ୍ଵପ୍ନେଶ୍ୱର ଶିବ ମନ୍ଦିରରେ ଘଟିଛି ଏହି ଅଭାବନୀୟ ଘଟଣା ।

ଗାଁରେ ଥିବା ଶିବ ମନ୍ଦିରକୁ ଚୋରି କରିବାକୁ ଯାଇଥିଲା ଚୋର । ହେଲେ କବାଟ ଫାଙ୍କାରେ ପଶିଗଲା କିନ୍ତୁ ବାହାରି ପାରିଲା ନାହିଁ । ମନ୍ଦିର ପୂଜକ ଭଗବାନ ରଣା ପୂଜା କରିବାକୁ ଯାଇଥିବା ବେଳେ ଚୋରକୁ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ପାଇ ଗାଁ ଲୋକେ ମନ୍ଦିରରେ ଭିଡ଼ ଜମାଇଥିଲେ । ପରେ ସୂଚନା ପାଇ ପରଜଙ୍ଗ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା । ପ୍ରାୟ ଦୁଇ ମାସ ତଳେ ଏହି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା । ତେଣୁ ଏହି ବ୍ୟକ୍ତିଙ୍କର ସେହି ଘଟଣା ସହ କୌଣସି ସମ୍ପର୍କ ରହିଛି କି ନାହିଁ, ତାହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *