ମାରଣାସ୍ତ୍ରରେ ଆକ୍ରମଣ ଘଟଣା, ୧୦ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ବୁଦ୍ଧ ବିହାରରେ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ ଘଟଣାରେ ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏଥିସହ ଅଭିଯୁକ୍ତଙ୍କଠାରୁ ବାଇକ, ଦୁଇଟି ସ୍କୁଟି, ଗୋଟିଏ ମାରଣାସ୍ତ୍ର ଆଦି ଜବତ କରିଛି ଚନ୍ଦ୍ରଶେଖରପୁର ପୋଲିସ । ଗତକାଲି ରାତି ପ୍ରାୟ ୯ଟା ୨୫ରେ ବୁଦ୍ଧ ବିହାର ବ୍ଲକ-୧୧ ନିକଟରେ ସୁଭମ ସ୍ୱରାଜ ତାଙ୍କ ସାଙ୍ଗ ସହ କଥା ହେଉଥିଲେ । ଏହି ସମୟରେ ୧୦ରୁ ଅଧିକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ମାରଣାସ୍ତ୍ର ଓ ଅନ୍ୟାନ୍ୟ ଅସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଏନେଇ ତଦନ୍ତ ଜାରି ରଖିଥିଲା ପୋଲିସ ।

ଅନ୍ୟପଟେ, ରାଜଧାନୀରେ ମର୍ଣ୍ଣିଂ ୱାକ୍ ବେଳେ ଯୁବତୀଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ମର୍ଣ୍ଣିଂ ୱାକ୍ ବେଳେ ଜଣେ ଯୁବତୀଙ୍କ ସହ ଅଶ୍ଳୀଳ ବ୍ୟବହାର ଓ ଯୌନ ଉତ୍ପୀଡ଼ନ ଉଦ୍ୟମ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

 

Spread the love

Leave a Reply

Your email address will not be published. Required fields are marked *