ମାର୍ଚ୍ଚ ୧୬ରେ ଆରମ୍ଭ ହେବାକୁ ଯାଉଛି ମହାଲକ୍ଷ୍ମୀ ରାଜଯୋଗ, ଏହି ୩ଟି ରାଶିର ଉପରେ ହେବ ଧନର ବର୍ଷା

ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହମାନଙ୍କ ଗତିକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । କାହିଁକିନା ସେମାନଙ୍କର ପରବର୍ତ୍ତନଶୀଳ ଗତି ସମସ୍ତ ରାଶିକୁ ପ୍ରଭାବିତ କରିଥାଏ । ମାର୍ଚ୍ଚ ୧୬ ତାରିଖରେ ଆରମ୍ଭ ହେବାକୁ ଯାଉଛି ମହାଲକ୍ଷ୍ମୀ ରାଜଯୋଗ । ଏହି ଦିନ ମଙ୍ଗଳ ଏବଂ ଚନ୍ଦ୍ରଙ୍କ ସ୍ଥିତି ଅନୁକୂଳ ରହିବ । ଯାହା ଶୁଭ ଫଳାଫଳ ପ୍ରଦାନ କରିବ । ଏହି ପରିବର୍ତ୍ତନ ସମସ୍ତ ରାଶିକୁ ପ୍ରଭାବିତ କରିବ । କିନ୍ତୁ ବିଶେଷ କରି ଏହି ସମୟ ବୃଷ, କର୍କଟ ଏବଂ ବିଛା ରାଶିର ଲୋକଙ୍କ ପାଇଁ ଅଧିକ ଶୁଭ ବୋଲି ବିବେଚନା କରାଯାଏ । ଯାହା ଦ୍ବାରା କ୍ୟାରିଅରରେ ଉନ୍ନତି, ବ୍ୟବସାୟିକ ଲାଭ ଏବଂ ଆର୍ଥିକ ଲାଭର ସୁଯୋଗ ମିଳିପାରେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ମଙ୍ଗଳ ଗ୍ରହ ଚନ୍ଦ୍ର ଉପରେ ଏକ ମଙ୍ଗଳ ଦିଗର ସ୍ଥିତିରେ ଥାଆନ୍ତି ସେତେବେଳେ ମହାଲକ୍ଷ୍ମୀ ରାଜଯୋଗ ହେବାର ସମ୍ଭାବନା ଥାଏ । କେତେକ ସମୟରେ ଦୁଇଟି ଗ୍ରହର ସଂଯୋଗ ଦ୍ବାରା ଏହି ଯୋଗ ଗଠିତ ହୋଇଥାଏ । ଏହି ଯୋଗ ଆର୍ଥିକ ପ୍ରଗତି ସମେତ ସମୃଦ୍ଧି ଆଣିଥାଏ । ଏହାର ପରିବର୍ତ୍ତନ ଯୋଗୁଁ ହଠାତ୍ ଆର୍ଥିକ ଲାଭ, ପଦୋନ୍ନତି କିମ୍ବା ନୂଆ ସୁଯୋଗ ମିଳିପାରେ । ଏହି ସମୟରେ ଦୀର୍ଘ ଦିନ ଧରି ପଡି ରହିଥିବା କାମ ସମାପ୍ତ ହୋଇପାରେ ଏବଂ ଜୀବନରେ ସୁଖ,ଶାନ୍ତି ମିଳିପାରେ ।

ବୃଷ : ବୃଷ ରାଶି ପାଇଁ ଏହି ମସୟ ଆର୍ଥିକ କ୍ଷେତ୍ରରେ ଭଲ ହୋଇପାରେ । ନୂଆ ବ୍ୟବସାୟ ଯୋଜନା ସଫଳ ହୋଇପାରେ । ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ପାରିବାରିକ ସୁଖସମୃଦ୍ଧି ବୃଦ୍ଧି ପାଇବା ସହିତ ଘରେ ପରିବେଶ ସକାରାତ୍ମକ ହେବ । ଆପଣଙ୍କୁ ନୂତନ ସୁଯୋଗ ହାତଛଡ଼ା କରିବାକୁ ଦେବ ନାହିଁ  ।

କର୍କଟ : କର୍କଟ ରାଶିର ଲୋକମାନେ ଏହି ସମୟରେ କଠିନ ପରିଶ୍ରମ କରି ସକରାତ୍ମକ ଫଳାଫଳ ପାଇପାରନ୍ତି । ଚାକିରିରେ ଉନ୍ନତି ଏବଂ ବ୍ୟବସାୟରେ ଲାଭ ଆସିପାରେ । ଏହି ସମୟ ନିବେଶ ପାଇଁ ଭଳ ରହିବ । ପୁରୁଣା ଯୋଜନା ଆଗକୁ ବଢିବା ପାଇଁ ନୂଆ ସୁଯୋଗ ମିଳିପାରେ । ଏଥିସହିତ ଆର୍ଥିକ ଲାଭ ମଧ୍ୟ ମିଳିପାରେ ।

ବିଛା : ବିଛା ରାଶି ପାଇଁ ସକରାତ୍ମକ ଫଳାଫଳ ଆଣିପାରେ । ନୂଆ କ୍ୟାରିଅର ପାଇଁ ସୁଯୋଗ ମିଳିପାରେ । କର୍ମ କ୍ଷେତ୍ରରେ ଆଗକୁ ବଢିପାରନ୍ତି । ଆର୍ଥିକ ଲାଭ ପାଇଁ ଭଲ ସମୟ ରହିଛି । ନିବେଶ ମଧ୍ୟ ଭଲ ରହିବ । ସମାଜରେ ସମ୍ମାନ ବୃଦ୍ଧି ପାଇପାରେ । ପରିବାରେ ସୁଖ, ଶାନ୍ତି ଲାଗି ରହିବ । ପୁରୁଣା ବିବାଦର ସମାଧାନ ହୋଇପାରେ । ପଡି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏହି ସମୟ ଯୋଜନା ସହିତ ଆଗକୁ ବଢିବା ଲାଭଦାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *