ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ ଶେଷ ସୁଦ୍ଧା ନିୟମିତ ଉଡ଼ିବ ବିମାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରି ବିମାନ ବନ୍ଦରରୁ ନିୟମିତ ଉଡ଼ିବ ବିମାନ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ଏବଂ ଇଣ୍ଡିଆ ୱାନ ଏୟାର କମ୍ପାନୀର ଏକ ବୈଷୟିକ ଟିମ ବିମାନ ବନ୍ଦର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟ ସରକାରଙ୍କ ବେସାମରିକ ବିମାନ ଚଳାଚଳ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା ଏବଂ ସୁରକ୍ଷା ପରାମର୍ଶଦାତା ମନୋଜ କୁମାର ଦାଶଙ୍କ ନେତୃତ୍ବରେ ଏକ ଟିମ ମାଲାକନଗିରି ବିମାନ ବନ୍ଦରକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି ।

ଇଣ୍ଡିଆ ୱାନ ଏୟାର ପାଇଲଟ୍, କ୍ୟାପଟେନ୍ ଙ୍କୁ ନେଇ ଏକ ବୈଷୟିକ ଦଳ ବିମାନ ବନ୍ଦରର ରନୱେ ଠାରୁ ଆରମ୍ଭ କରି ବିଭିନ୍ନ ଆନୁସାଙ୍ଗିକ ବ୍ୟାବସ୍ଥା ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରନୱେରେ ଯେମିତି କୌଣସି ଗାଈ ଗୋରୁ ପଶି ନଆସନ୍ତୁ ଏଥିପାଇଁ ବ୍ୟାବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ପୁର୍ତ୍ତ ବିଭାଗକୁ ନିର୍ଦେଶ ଦେଇଛି ଟିମ୍ । ଖୁବଶୀଘ୍ର ଇଣ୍ଡିଆ ୱାନ୍ ଏୟାର ଯାତ୍ରବାହୀ ବିମାନର ଟ୍ରାଏଲ ରନ୍ ହେବା ନେଇ ସୂଚନା ମିଳିଥିବାବେଳେ ମାର୍ଚ୍ଚ ଶେଷ ବେଳକୁ ନିୟମିତ ବିମାନ ଉଡ଼ିବା ନେଇ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।

୨୦୨୪ ଜାନୁଆରୀ ୯ ତାରିଖ ମଙ୍ଗଳବାର ଉଦଘାଟିତ ହୋଇଥିଲା ମାଲକାନଗିରି ବିମାନ ବନ୍ଦର। ବିମାନ ବନ୍ଦର ଲୋକାର୍ପଣ ପରେ ଆକାଶ ମାର୍ଗରେ ଯୋଡ଼ି ହୋଇଛି ମାଲକାନଗିରି। ମାଲକାନଗିରି ଠାରୁ ପ୍ରଥମେ ନନ୍ ସିଡ୍ୟୁଲ୍ ଅର୍ଥାତ ପଣ୍ୟବାହୀ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା। ଆଗାମୀ ଦିନରେ ମାଲକାନଗିରି ଏୟାରପୋର୍ଟ ୩୦୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଯୋଜନା ହୋଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମତି ମିଳିବା ପରେ ମାଲକାନଗିରି ବିମାନ ବନ୍ଦରରୁ ଆରମ୍ଭ ହେବ ଯାତ୍ରୀସେବା।

ପ୍ରାୟ ୨୩୩ ଏକର ଅଞ୍ଚଳରେ ନିର୍ମିତ ହୋଇଛି ମାଲକାନଗିରି ବିମାନ ବନ୍ଦର। ଯେଉଁଠି ୧୬୨୦ ମିଟର ଦୈଘ୍ୟ ଏବଂ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ରନଓ୍ବେ ନିର୍ମାଣ କରାଯାଇଛି। ବିମାନ ବନ୍ଦର ଉନ୍ନତିକରଣରେ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।… ଏନେଇ ମାଲକାନଗିରି ADM ବେଦବର ପ୍ରଧାନ ଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଳିଙ୍ଗ ଟିଭି ପ୍ରତିନିଧି ପ୍ରସାଦ ନାୟକ।

Spread the love

Leave a Reply

Your email address will not be published. Required fields are marked *