ମେ’ ୪ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ

ଭୁବନେଶ୍ୱର : ଗରମ ସାଙ୍ଗକୁ କାଳବୈଶାଖୀ । ଆଜିଠୁ ବଦଳିବ ପାଗ । ମେ’ ୪ ପର୍ଯ୍ୟନ୍ତ ୬ଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ପ୍ରଭାବ ରହିବ। ଏହି ସମୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ହେବ । ପ୍ରବଳ ବିଜୁଳି ଘଡଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ । ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

କାଳବୈଶାଖୀ ଯୋଗୁ ଅସମ୍ଭାଳ ତାତିରୁ ସାମାନ୍ୟ ତ୍ରାହି ମିଳିପାରେ । ସେପଟେ ପଶ୍ଚିମ ଓଡ଼ିଶାରେ ଖରା ତ ନୁହେଁ ଆକାଶରୁ ଅଗ୍ନି ବର୍ଷା ହେଉଛି। ଝାରସୁଗୁଡ଼ାରେ ଅସମ୍ଭାଳ ତାତି । ଚଳିତବର୍ଷ ପ୍ରଥମ ଥର ପାରଦ ଟପିଛି ୪୫ । ଗତକାଲି ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୫.୩ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିଲା । ସେହିପରି ୧୦ ସହରରେ ତାପମାତ୍ରା ୪୦ ଉପରେ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *