ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଖାଲି ପଡ଼ିଥିବା ୧୪ ଶହରୁ ଅଧିକ ସିଟ୍ ଖୁବଶୀଘ୍ର ହେବ ପୂରଣ

ଭୁବନେଶ୍ୱର : ସରିଲା ଲୋକ ଭବନରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକ । ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯୋଗ ଦେଇଥିଲେ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି । ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ମଧ୍ୟ ମିଟିଂ ରେ ଉପସ୍ଥିତ ରହିଥିଲେ । ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଖାଲି ପଡ଼ିଥିବା ୧୪ ଶହରୁ ଅଧିକ ସିଟର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଆଲୋଚନା ହୋଇଛି ।

ନଭେମ୍ବରରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ଏହାକୁ ଖୁବଶୀଘ୍ର ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର। ତେବେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ଆଲୋଚନା ହୋଇ ନଥିବା ସେ କହିଛନ୍ତି। ଏହି ଉଚ୍ଚ ସ୍ତରୀୟ ବୈଠକ ରେ କଲେଜ ଇଲେକ୍ସନ ସମ୍ପର୍କରେ କୁଳପତି ମାନଙ୍କୁ କିଛି ପଚରା ଯାଇନଥିବା ସେ ସ୍ପଷ୍ଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *