ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଓ ପଦାଧିକାରୀ

ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ସେବାୟତ, ପଦାଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀଙ୍କ ସମେତ ନିମନ୍ତ୍ରିତ ପୁଷ୍ପାଳକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।  ପୁରୀରୁ ନେଇଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରାଷ୍ଟ୍ରପତିଙ୍କୁ ଉପହାର ଦେଇଛନ୍ତି ।  ରାଷ୍ଟ୍ରପତିଙ୍କ ସ୍ନେହ, ଆନ୍ତରିକତା ଏବଂ ଆତିଥ୍ୟରେ ସେବାୟତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ ।  ରାଷ୍ଟ୍ରପତିଙ୍କ ସହ ଭେଟ ସମୟର ଅନୁଭୂତି କେତେକ ସେବକଙ୍କ ଆଖିରେ ଲୁହ ଆସିଯାଇଥିଲା ।  ପୂର୍ବରୁ ରାଷ୍ଟ୍ରପତି ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ବେଳେ ସେବାୟତମାନଙ୍କୁ ନିମନ୍ତ୍ରଣ କରିଥିଲେ।  ସେହି ନିମନ୍ତ୍ରଣ କ୍ରମେ ଏହି ସୌଜନ୍ୟମୂଳକ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା ।  ଏହି ସାକ୍ଷାତକାରକୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିର ପରମ୍ପରା ପ୍ରତି ରାଷ୍ଟ୍ରପତିଙ୍କ ଆନ୍ତରିକ ଆଗ୍ରହର ଏକ ଉଦାହରଣ ବୋଲି ସେବାୟତମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *