ରି-ଆଡମିଶନ ଫି’ ଆଦାୟକୁ ନେଇ ବିବାଦ, ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା

ପଦ୍ମପୁର : ଓଡ଼ିଶା-ଛତିଶଗଡ଼ ସୀମାନ୍ତବର୍ତ୍ତୀ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରି-ଆଡମିଶନ ଫି’ ଆଦାୟକୁ ନେଇ ବିବାଦ ।  ପ୍ରତିବାଦରେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା ।  ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କଠାରୁ ପୁନଃନାମଲେଖା ବାବଦରେ ଟଙ୍କା ଆଦାୟ କରାଯାଇଛି ।

ସରକାରଙ୍କ ମାଗଣା ଶିକ୍ଷା ବ୍ୟବସ୍ଥା ଥିବା ଦର୍ଶାଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହି ଟଙ୍କା ଫେରସ୍ତ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ଟଙ୍କା ଫେରସ୍ତ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି ।  ଏହାର ପ୍ରତିବାଦରେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିଛନ୍ତି ।  ଆଦାୟ କରାଯାଇଥିବା ଟଙ୍କା ଫେରସ୍ତ କରିବା ସହ ଏହି ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।  ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *