ଶନିବାର ରାଜ୍ୟରେ ପାଳନ ହେବ ଇଦୁ ଉଲ୍ ଫିତର

କଟକ : ଆସନ୍ତା ଶନିବାର ରାଜ୍ୟରେ ପାଳନ ହେବ ଇଦୁ ଉଲ୍ ଫିତର ।  ଆଜି କୌଣସି ସ୍ଥାନରେ ଚନ୍ଦ୍ର ଦେଖା ନଯିବାରୁ ଶୁକ୍ରବାର ପରିବର୍ତ୍ତେ ଶନିବାର ପାଳନ ହେବ ଇଦୁ ଉଲ ଫିତର୍ ।  ଆସନ୍ତାକାଲି ରମଜାନ ମାସର ଶେଷ ଦିନ ହୋଇଥିବା ବେଳେ ଶେଷ ଉପାସ ରଖିବେ ଇସଲାମ ଧର୍ମାବଲମ୍ବୀ ବ୍ୟକ୍ତିମାନେ ।  ଅଞ୍ଜୁମାନ ଇସଲାମିଆ ଅହଲେ ସୁନନତ୍ ଅଲ୍ ଜମାତ୍ ଚାନ୍ଦ କମିଟି ପକ୍ଷରୁ କରାଯାଇଛି ଏହି ଘୋଷଣା ।  ତେବେ ଇସଲାମ ଧର୍ମର ସବୁଠାରୁ ବଡ  ପର୍ବ ହେଉଛି ଏହି ଇଦ୍ ଉଲ୍ ଫିତର  ।   ରମଜାନ ମାସର ଏକ ମାସ ଧରି ଇସଲାମ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଉପାସ ରଖିବା ସହ ପ୍ରାର୍ଥନା କରନ୍ତି ।  ଏହା ସହିତ ଏହି ପବିତ୍ର ମାସରେ ପ୍ରଚୁର ମାତ୍ରାରେ ଦାନ ଦକ୍ଷିଣା ମଧ୍ୟ ଦିଅନ୍ତି ।  ତେବେ ଏକ ମାସ ଧରି ଉପାସ ରଖିବା ପରେ ଆଡ଼ମ୍ବର ସହ ପାଳନ କରାଯାଉଛି ଇଦ୍ ଉଲ୍ ଫିତର ।

Spread the love

Leave a Reply

Your email address will not be published. Required fields are marked *