ସରକାରୀ ଗାଡ଼ିର ତେଲ ଖର୍ଚ୍ଚ ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଦୁଇ ମାସର ଅଗ୍ରିମ ଅର୍ଥ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ବର : ରାଜ୍ୟରେ ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ସ୍ମାରକପତ୍ର ଜାରି କରାଯାଇଛି। ସାମ୍ପ୍ରତିକ ମଧ୍ୟପ୍ରାଚ୍ୟ (Middle East) ଯୁଦ୍ଧ ଜନିତ ଅନିଶ୍ଚିତତା କାରଣରୁ ପେଟ୍ରୋଲ ପମ୍ପଗୁଡ଼ିକ ପୂର୍ବ ପ୍ରଚଳିତ ମାସ ଶେଷ ବ୍ୟବସ୍ଥାରେ ସରକାରୀ ଗାଡ଼ିକୁ ତେଲ ଯୋଗାଇବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାରୀ ଗାଡ଼ିଗୁଡ଼ିକର ତେଲ ଯୋଗାଣ ସ୍ୱାଭାବିକ ରଖିବା ପାଇଁ ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟମାନଙ୍କୁ ସମ୍ପୃକ୍ତ ପେଟ୍ରୋଲ ପମ୍ପଗୁଡ଼ିକୁ ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ପରିମାଣର ଗୁମୁସ୍ତା ବା ଅଗ୍ରିମ ଦେୟ (Advance Payment) ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି। ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଅନିଲ କୁମାର ପୁରୋହିତଙ୍କ ଦ୍ଵାରା ଜାରି ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଅଗ୍ରିମ ପ୍ରଦାନ ସମୟରେ ପେଟ୍ରୋଲ ପମ୍ପଗୁଡ଼ିକଠାରୁ ପର୍ଯ୍ୟାପ୍ତ ସୁରକ୍ଷା ଜମା କିମ୍ବା ବ୍ୟାଙ୍କ ଗ୍ୟାରେଣ୍ଟି ନିଆଯିବ ଏବଂ ଏହି ନୂତନ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ।

Spread the love

Leave a Reply

Your email address will not be published. Required fields are marked *