ସ୍ନାନ ପୂର୍ଣ୍ଣିମା ଅବସରରେ ବାଲୁକା କଳାରେ ନିଖୁଣ କଳାକୃତି, ଦେଖିବାକୁ କଳାପ୍ରେମୀଙ୍କ ଭିଡ଼

ଜଳେଶ୍ବର : ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ନିବେଦନର ବାଲୁକା କଳା ଦେଖିବାକୁ ମିଳିଛି ।  ବାଲେଶ୍ବର ଜିଲ୍ଲା ଜଳେଶ୍ୱରର ବିଶିଷ୍ଟ  ବାଲୁକାଶିଳ୍ପୀ ଅଜୟ କୁମାର ଘୋଷ ଏକ ଭବ୍ୟ ବାଲୁକା କଳା ନିର୍ମାଣ କରିଛନ୍ତି ।  ପ୍ରାୟ ୩୦ ଟନ୍ ବାଲି ବ୍ୟବହାର କରି ସୂକ୍ଷ୍ମ କାରୁକାର୍ଯ୍ୟରେ ତିନି ଠାକୁରଙ୍କ ଦିବ୍ୟ ରୂପକୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ଫୁଟାଇ ତୋଳା ଯାଇଛି ।

ଏହି ବାଲୁକା କଳାରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ଦିବ୍ୟ ମୁଖମଣ୍ଡଳ ସହ ସ୍ନାନ ପୂର୍ଣ୍ଣିମାର ଆଧ୍ୟାତ୍ମିକ ମହତ୍ତ୍ୱକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି ।  ବାଲିରେ ଏପରି ନିଖୁଣ କଳାକୃତି ଦେଖିବାକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ କଳାପ୍ରେମୀଙ୍କ ଭିଡ଼ ଜମିଛି । ଉପସ୍ଥିତ ଭକ୍ତମାନେ ବାଲୁକା କଳାକୁ ପ୍ରଶଂସା କରିବା ସହ ପ୍ରଭୁଙ୍କ ନିକଟରେ ବିଶ୍ୱ ଶାନ୍ତି, ସୁଖ, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *