ହର୍ମୁଜ୍‌କୁ ନେଇ ଇରାନର କଡ଼ା ଚେତାବନୀ

ଆମେରିକା ସହିତ ସମ୍ପ୍ରତି ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ, ଇରାନ ସ୍ପଷ୍ଟ କରିଛି, ହର୍ମୁଜ୍ ପ୍ରଣାଳୀ ଉପରେ ତେହେରାନ ନିୟନ୍ତ୍ରଣ ବଜାୟ ରଖିବ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ତାଙ୍କ ଦେଶର ସେନା ଗୋଟିଏ ମାସ ପାଇଁ ହର୍ମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣକୁ ନେଇଛି। ହର୍ମୁଜ୍ ନିକଟରେ ଥିବା ଇରାନୀ ସମ୍ପତ୍ତି ଉପରେ ଆମେରିକାର ଆକ୍ରମଣ ମଧ୍ୟରେ ଆରାଘଚିଙ୍କ ଏଭଳି ମନ୍ତବ୍ୟ ଆସିଛି।ବାଗଦାଦରେ ତାଙ୍କ ଇରାକୀ ପ୍ରତିପକ୍ଷଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଆବାସ ଆରାଘଚି ସ୍ପଷ୍ଟ କରିଛନ୍ତି, ଆମେରିକା ସହିତ ବୁଝାମଣାପତ୍ର (ଏମ୍ଓୟୁ) ଅନୁଯାୟୀ ଇରାନର ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ରହିଛି। ତେଣୁ, କୌଣସି ପକ୍ଷ ଆମେରିକା କିମ୍ବା ଅନ୍ୟ କୌଣସି ଦେଶ ଇରାନର ହର୍ମୁଜ୍ ପ୍ରଣାଳୀ ପରିଚାଳନାରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଏଭଳି କହି ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ ଚେତାବନୀ ଦେଇଛନ୍ତି। ହରମୁଜ୍ ପ୍ରଣାଳୀ ଉପରେ ବଢୁଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଇରାନ ଏବଂ ଆମେରିକା ଚଳିତ ସପ୍ତାହରେ କତାରର ରାଜଧାନୀ ଦୋହାରେ ଆଲୋଚନା କରିବେ। ବିବାଦର ସମାଧାନ ପାଇଁ ମଙ୍ଗଳବାର ଦୁଇ ପକ୍ଷ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି।ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ଏକ ପ୍ରମୁଖ ପ୍ରସଙ୍ଗ ହେଉଛି ହର୍ମୁଜ୍ ପ୍ରଣାଳୀ। ଏହି ସାମୁଦ୍ରିକ ପଥ ଦେଇ ଯାଉଥିବା ଜାହାଜଗୁଡ଼ିକର ନିରୀକ୍ଷଣ ଏବଂ ଶୁଳ୍କ ଆଦାୟ ଉପରେ ବିବାଦ ଜାରି ରହିଛି। ଇରାନ ଏହି ପ୍ରସଙ୍ଗରେ ପଛକୁ ହଟିବାକୁ ରାଜି ନୁହେଁ। ଆମେରିକା କହିଛି, କୌଣସି ଶୁଳ୍କ ବିନା ବିଶ୍ୱର ଜାହାଜ ପାଇଁ ପ୍ରଣାଳୀକୁ ଖୋଲା ରଖାଯିବ। ଏହି ପ୍ରସଙ୍ଗରେ ଉଭୟ ପକ୍ଷ ପରସ୍ପର ବିରୋଧୀ ବିବୃତି ଜାରି କରୁଛନ୍ତି।
ସୂଚନାଯୋଗ୍ୟ, ହର୍ମୁଜ୍ ପ୍ରଣାଳୀ ଏକ ସଂକୀର୍ଣ୍ଣ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ଯାହା ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରକୁ ସଂଯୋଗ କରେ। ଏହା ବିଶ୍ୱର ସବୁଠାରୁ ବ୍ୟସ୍ତ ତୈଳ ବାଣିଜ୍ୟ ପଥ ମଧ୍ୟରୁ ଗୋଟିଏ। ଏହି ମାର୍ଗ ଦେଇ, ଉପସାଗର ଦେଶଗୁଡ଼ିକରୁ ତୈଳ ଏବଂ ଗ୍ୟାସ ଜାହାଜ ଦ୍ୱାରା ବିଶ୍ୱର ଅନ୍ୟାନ୍ୟ ସ୍ଥାନ, ବିଶେଷକରି ଭାରତ ଏବଂ ଏସୀୟ ଦେଶଗୁଡ଼ିକୁ ପରିବହନ କରାଯାଇଥାଏ। ଫେବ୍ରୁଆରି ୨୮ ତାରିଖରେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧ ଦ୍ୱାରା ଏହି ସମୁଦ୍ର ପଥ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *