ଏହି ଜିଲ୍ଲାରେ ରେକର୍ଡ ହେଲା ସର୍ବାଧିକ ବର୍ଷା : ରାତି ସାରା କଣ୍ଚ୍ରୋଲ ରୁମରେ ଉପସ୍ଥିତ ବରିଷ୍ଠ ଅଧିକାରୀ..

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ୍’ର ପ୍ରଭାବରେ ଏବେ ପ୍ରବଳ ବର୍ଷା ହୋଇଛି | ଆଜି ସକାଳ ୮.୩୦ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି । ଅଧିକ ବର୍ଷା ହୋଇଥିବା ଜିଲ୍ଲା ମଧ୍ୟରେ ଗଂଜାମ ଜିଲ୍ଲାରେ ୧୧୪.୬ ମି.ମି, କେନ୍ଦ୍ରାପଡାରେ ୬୪.୬ ମିମି, ପୁରୀରେ ୬୧ .୧,   ଜଗତସିଂହପୁରରେ ୫୧ .୩, ଭଦ୍ରକରେ ୫୦.୯, ମୟୁରଭଂଜରେ ୪୩ .୯,  ବାଲେଶ୍ୱରରେ ୪୩.୭ , କଟକରେ ୪୦.୪, ଯାଜପୁରରେ ୩୭.୫, ନୟାଗଡରେ ୩୩ .୮,  କନ୍ଧମାଳରେ ୩୩ .୫, ଢେଙ୍କାନାଳରେ ୩୨.୪, କେନ୍ଦୁଝରରେ ୨୯ .୮, ଖୋର୍ଦ୍ଧାରେ ୨୪ .୫, ବଲାଙ୍ଗୀରରେ  ୨୪.୪, ଗଜପତିରେ ୨୧.୯  ମି.ମି ବର୍ଷା ହୋଇଛି ।
ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ରାତି ସାରା କଣ୍ଚ୍ରୋଲ ରୁମରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହ ବାତ୍ୟା ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ ।

ଯେଉଁ ବରିଷ୍ଠ ଅଧିକାରୀମାନେ ରାଜ୍ୟ ସ୍ତରରୁ ବିଭିନ୍ନ ଜିଲ୍ଲାକୁ ଯାଇଥିଲେ, ସେମାନଙ୍କ ସହିତ ରାତି ସାରା ସ୍ଥିତି ଅନୁଧ୍ୟାନ କରାଯାଇ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଛି ଏବଂ କୌଣସି ଜିଲ୍ଲାରେ ସେଭଳି କିଛି ଅସୁବିଧା ପରିଲକ୍ଷିତ ହୋଇନାହିଁ । ବ୍ରହ୍ମପୁର ଓ ଦିଗପହଣ୍ଡି ଭଳି ସହାରାଂଚଳ ରାସ୍ତା ଉପରେ ଅଧିକ ବର୍ଷା ଜନିତ ଜଳ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଟିମ୍ ମୋଟର ବ୍ୟବସ୍ଥା ସହିତ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି ।

ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ ମୋଟ ୩  ଲକ୍ଷ ୭୨  ହଜାର ଲୋକଙ୍କୁ ବାତ୍ୟା-ବନ୍ୟା ତଥା ସୁରକ୍ଷିତ ଆଶ୍ରୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।  ପ୍ରାୟ ୧୦ ହଜାର ୦୧୦ ଜଣଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି । ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧,୫୪,୨୯୦ ଜଣ, କେନ୍ଦ୍ରାପଡ଼ାରୁ ୫୧,୯୫୬ ଜଣ, ପୁରୀରୁ ୪୦,୨୯୫ ଜଣ, ଗଜପତିରୁ ୨୮,୬୯୩ ଜଣ ଏବଂ ଖୋର୍ଦ୍ଧାରୁ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଚିହ୍ନଟ ହୋଇଥିବା ୧୨,୨୯୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪,୪୭୦ ଜଣଙ୍କୁ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଦ୍ୟାବଧି ୧,୪୫୦ ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *