ଏହି ବାଟ ଦେଇଯିବ ବାତ୍ୟା, ଅକ୍‌ଭାନ୍‌ର ଫାଇନାଲ୍ ଟ୍ରାକ୍ ଜାରି !

ସ୍ଥଳଭାଗ ମୁହାଁ ବାତ୍ୟା ‘ଅକ୍‌ଭାନ୍‌’। ଘଣ୍ଟାପ୍ରତି ୨୧   କିଲୋମିଟର ବେଗରେ ଉତ୍ତର ଦିଗକୁ ମାଡ଼ିଆସୁଛି ଭୀଷଣ ବାତ୍ୟା। ଆଉ ଏହାର ଗତିପଥକୁ ନେଇ ବଢ଼ିଛି ଉତ୍କଣ୍ଠା। କେଉଁ ବାଟ ଦେଇ ସ୍ଥଳଭାଗ ଛୁଇଁବ ବାତ୍ୟା? ପାଣିପାଗ ବିଭାଗର ଆକଳନ ଅନୁସାରେ, ଆନ୍ଧ୍ରପ୍ରଦେଶର ନରସାପୁର ଓ ଓଡ଼ିଶାର ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ, ଗୋପାଳପୁରର ପୂର୍ବ ନିକଟ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିପାରେ । ଅର୍ଥାତ୍ ଗୋପାଳପୁର ନିକଟବର୍ତ୍ତୀ ହରିପୁର ବିଚ୍‌ରେ ମଧ୍ୟାହ୍ନ ୧୨ଟାରେ ଅକ୍‌ଭାନ୍ ସ୍ଥଭ ଭାଗ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍‌ଭାନ୍’ ଧୀରେଧୀରେ ବାତ୍ୟାରେ ପରିଣତ ହୋଇଛି ।  ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଏହି ବାତ୍ୟା ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଉତ୍ତର ଦିଗକୁ ଅଗ୍ରସର ହେଉଛି । ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ୩୯୦ କିଲୋମିଟର ଦକ୍ଷିଣ-ପୂର୍ବ, କଳିଙ୍ଗପଟ୍ଟନମ୍‌ଠାରୁ ୩୨୦ କିଲୋମିଟର, ଓଡ଼ିଶାର ଗୋପାଳପୁରଠାରୁ ୧୭୦ କିଲୋମିଟର ଏବଂ ପୁରୀଠାରୁ ୨୫୦ କିଲୋମିଟର ଦକ୍ଷିଣରେ ରହିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ଅକ୍‌ଭାନ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଅର୍ଥାତ୍ ନଭେମ୍ବର ୨୦ ତାରିଖ ଅର୍ଥାତ୍ ଆଜି ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ । ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ, ବିଶେଷ କରି ଗୋପାଳପୁରର ପୂର୍ବ ନିକଟବର୍ତ୍ତୀ ଅଞ୍ଚଳ ଦେଇ ବାତ୍ୟା ସ୍ଥଳଭାଗ ଛୁଇଁବାର ପ୍ରବଳ ସମ୍ଭାବନା ରହିଛି । ଅର୍ଥାତ୍ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ହିଁ ବାତ୍ୟା ‘ଅକ୍‌ଭାନ୍’ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

ତେବେ ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର ହେଉଛି ଯେ, ବର୍ତ୍ତମାନ ସମୁଦ୍ର ଭିତରେ ଭୀଷଣ ବାତ୍ୟା ରୂପରେ ଥିବା ‘ଅକ୍‌ଭାନ୍’ ଲ୍ୟାଣ୍ଡଫଲ୍ ପୂର୍ବରୁ ସାମାନ୍ୟ ଦୁର୍ବଳ ହୋଇ କେବଳ ‘ବାତ୍ୟା’ରେ ପରିଣତ ହୋଇଛି । ତଥାପି ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୬୨ରୁ ୯୨ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ତେଣୁ ଗୋପାଳପୁର ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି ।

ତେବେ ବାତ୍ୟାର ପ୍ରକୃତ ଗତିପଥ ଓ ସ୍ଥଳଭାଗ ଛୁଇଁବାର ସ୍ଥାନ ଉପରେ ନଜର ରଖିଛି ପାଣିପାଗ ବିଭାଗ। ଗୋପାଳପୁରର ପୂର୍ବ ନିକଟବର୍ତ୍ତୀ ଉପକୂଳ ଦେଇ ଏହା ଯିବାର ଆକଳନ ହୋଇଥିବାରୁ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତ ର ଆନ୍ଧ୍ର ଉପକୂଳରେ ସତର୍କତା ଜରୁରୀ। ପରବର୍ତ୍ତୀ ପାଣିପାଗ ବୁଲେଟିନ୍‌ରେ ବାତ୍ୟାର ଦିଗ ଓ ତୀବ୍ରତା ନେଇ ଅଧିକ ସ୍ପଷ୍ଟତା ମିଳିବ ।

Spread the love

Leave a Reply

Your email address will not be published. Required fields are marked *