ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଗୋ-ମାଫିଆଙ୍କ ନୂଆ କାରବାର

ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଏବେ ଗୋ-ମାଫିଆଙ୍କ ନୂଆ ଚାଲ୍ । ପଶ୍ଚିମବଙ୍ଗରେ ରାଜନୈତିକ ପରିବର୍ତ୍ତନ ଏବଂ ସ୍ଥାନୀୟ ଲୋକଙ୍କ ବିରୋଧ ପରେ, ବେଆଇନ ଗୋରୁ ବ୍ୟବସାୟୀମାନେ ଏବେ ଓଡ଼ିଶାର ସୀମାନ୍ତ ଗାଁଗୁଡ଼ିକୁ ନିଜର ସୁରକ୍ଷିତ ଆଡ୍ଡା ଭାବେ ବ୍ୟବହାର କରୁଛନ୍ତି । ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଶ୍ୟାମନଗର ପଞ୍ଚାୟତର ଚନ୍ଦ୍ରପୁର ଗାଁରେ ଶତାଧିକ ଗୋରୁଙ୍କୁ ଲୁଚାଇ ରଖାଯାଇଛି । ପୂର୍ବରୁ ଓଡ଼ିଶାରୁ ପ୍ରତିଦିନ ଶହ ଶହ ଗୋରୁ କଣ୍ଟେନର ଓ ଟ୍ରକ ଯୋଗେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିଲା । ପଶ୍ଚିମବଙ୍ଗରେ ପୂର୍ବ ସରକାରଙ୍କ ସମୟରେ ଏହି ବ୍ୟବସାୟ ବେଶ୍ ସକ୍ରିୟ ଥିଲା, କିନ୍ତୁ ସେଠାରେ ସରକାର ବଦଳିବା ପରେ ଏହି କାରବାର ଉପରେ କଡ଼ା କଟକଣା ଲଗାଯାଇଛି ।ଫଳରେ ପଶ୍ଚିମବଙ୍ଗର ଜାକିର ହୁସେନ ନାମକ ଜଣେ ଗୋ-ମାଫିଆ, ଚନ୍ଦ୍ରପୁର ଗ୍ରାମର କ୍ଷିତିଷ ମହାନ୍ତଙ୍କ ବାଡ଼ିରେ ୪୦ରୁ ଅଧିକ ଗୋରୁଙ୍କୁ ଲୁଚାଇ ରଖିଛନ୍ତି । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଦଲାଲଙ୍କ ମାଧ୍ୟମରେ ଏହି ଗୋରୁଙ୍କୁ ସଂଗ୍ରହ କରାଯାଇ ପଶ୍ଚିମବଙ୍ଗର ଖଡ଼ିକା ଓ ବାଲିଗଡ଼ିଆ ହାଟରେ ବିକ୍ରି ପାଇଁ ଯୋଜନା କରାଯାଇଥିଲା । ମାତ୍ର ବଙ୍ଗଳାରେ ତୃଣମୂଳ କଂଗ୍ରେସର ପରାଜୟ ଏବଂ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ମାଫିଆମାନେ ଏବେ ଏହି ଗୋରୁଙ୍କୁ ଓଡ଼ିଶା ସୀମା ଭିତରେ ଲୁଚାଇ ରଖି ଚିନ୍ତାରେ ପଡ଼ିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *