ସାକ୍ଷରତା ହାରରେ ଏବେ ବି ପଛରେ ଓଡ଼ିଶା
ସାକ୍ଷରତା ହାରରେ ଏବେ ବି ପଛରେ ଓଡ଼ିଶା । ଆସିନି ଆଖିଦୃଶିଆ ସୁଧାର । ଭାରତର ବିଭିନ୍ନ ରାଜ୍ୟର ସାକ୍ଷରତା ହାର ପ୍ରକାଶ ପାଇଥିବା ବେଳେ, ଓଡ଼ିଶାର ସ୍ଥିତି ଖରାପ ରହିଛି । ଓଡ଼ିଶାରେ ସାକ୍ଷରତା ହାର ୭୯ ପ୍ରତିଶତ ରହିଛି । ଅର୍ଥାତ୍ ପ୍ରତି ଶହେ ଜଣଙ୍କ ମଧ୍ୟରୁ ୭୯ ଜଣ ସାକ୍ଷର । ଏବେ ବି ଆମ ରାଜ୍ୟରେ ଶହେ ଜଣରେ ୨୧ ଜଣ ନିରକ୍ଷର ଅଛନ୍ତି । ଦେଶର ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଜକୁ ପୂର୍ଣ୍ଣ ସାକ୍ଷର ଘୋଷଣା କରିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ସାକ୍ଷରତା ହାର ଅଧିକ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ରହିଛି ଚଣ୍ଡିଗଡ଼, ଗୋଆ, ହିମାଚଳ ପ୍ରଦେଶ, ମିଜୋରାମ, ଲଦାଖ, ତ୍ରିପୁରା, ମିଜୋରାମ୍ ଇତ୍ୟାଦି ।ଓଡ଼ିଶାର ସାକ୍ଷରତା ହାରରେ ଆସିନି ଆଖିଦୃଶିଆ ସୁଧାର
ଭାରତର ବିଭିନ୍ନ ରାଜ୍ୟର ସାକ୍ଷରତା ହାର ପ୍ରକାଶ
ଓଡ଼ିଶାରେ ସାକ୍ଷରତା ହାର ୭୯ ପ୍ରତିଶତ
ପ୍ରତି ଶହେ ଜଣଙ୍କ ମଧ୍ୟରୁ ୭୯ ଜଣ ସାକ୍ଷର
ଏବେ ବି ଆମ ରାଜ୍ୟରେ ଶହେ ଜଣରେ ୨୧ ଜଣ ନିରକ୍ଷର
ଦେଶର ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୂର୍ଣ୍ଣ ସାକ୍ଷର ସ୍ୱଘୋଷିତ
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା
ଚଣ୍ଡିଗଡ଼, ଗୋଆ, ହିମାଚଳ ପ୍ରଦେଶରେ ୯୯% ଉପରେ
ମିଜୋରାମ, ଲଦାଖ, ତ୍ରିପୁରା ଆଦିର ସାକ୍ଷରତା ହାର ବି ଅଧିକ
