କଂଗ୍ରେସ ଛାଡ଼ି ଓଡ଼ିଶା ଜନତା କଂଗ୍ରେସରେ ଯୋଗ ଦେଲେ ଅଶୋକ ପ୍ରତିହାରୀ

କଂଗ୍ରେସ ଛାଡ଼ି ଓଡ଼ିଶା ଜନତା କଂଗ୍ରେସରେ ଯୋଗ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳିର କଂଗ୍ରେସ ବିଧାୟକ ପାର୍ଥି ଅଶୋକ ପ୍ରତିହାରୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସ୍ଥିତ ଏକ ମଣ୍ଡପରେ ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଅଶୋକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓଡ଼ିଶା ଜନତା କଂଗ୍ରେସରେ ଯୋଗ ଦେଇଛନ୍ତି ।ସାଧାରଣ ନିର୍ବାଚନ ପରେ କଂଗ୍ରେସ ତାଙ୍କୁ ଅଣଦେଖା କରୁଥିଲା, ଦଳରେ ତାଙ୍କୁ ସହଯୋଗ ନମିଳିବାରୁ, କଂଗ୍ରେସ ଛାଡ଼ିଥିବା କହିଛନ୍ତି । ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସ ରାଜନଗର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱର ହେବ ବୋଲି କହିଛନ୍ତି ଅଶୋକ ପ୍ରତିହାରୀ । କାର୍ଯ୍ୟକ୍ରମରେ ମହମ୍ମଦ ମୋକିମ ଯୋଗଦେଇ ଦଳକୁ କିପରି ତୃଣମୂଳସ୍ତରରେ ସୁଦୃଢ଼ କରାଯିବ ସେନେଇ ନିଜର ମତ ରଖିଥିଲେ ।

Spread the love