ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ତଣ୍ଟିଚିପି ହତ୍ୟା; ପାଇଖାନାରୁ ମିଳିଲା ମୃତଦେହ

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ । ପାଇଖାନାରୁ ମିଳିଲା ଜରିପାଲ ଘୋଡ଼ା ମୃତଦେହ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଲକ୍ଷ୍ମଣପଲ୍ଲୀରେ ୧୦ ବର୍ଷର ନାବାଳିକାକୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକାର ଶବ ମାମୁଘର ବାରିପଟ ପାଇଖାନାରୁ ଜରିପାଲ ଘୋଡ଼ା ଅବସ୍ଥାରେ ଉଦ୍ଧାର ହୋଇଛି । ରଶିରେ ତାଙ୍କ ତଣ୍ଟିକୁ ଭିଡ଼ି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ମୃତ ନାବାଳିକା ବୁଗୁଡା ବ୍ଳକ୍ କାନକୁଟୁରୁ ଗାଁର ମୂଳ ବାସିନ୍ଦା । ପିଲା ଦିନରୁ ମାମୁଁ ଘରେ ରହି ପାଠ ପଢୁଥିଲେ । ଗତକାଲି ଦିନ ୧୧ଟାରୁ ହଠାତ୍ ନିଖୋଜ ହୋଇଯାଇଥିଲା ଝିଅଟି । ପରିବାରବର୍ଗ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଥିଲେ । ରାତିରେ ମାମୁ ଘର ବାରିପଟ ୨୦ ମିଟର ଦୂର ପାଇଖାନା ଘରୁ ମିଳିଥିଲା ନାବାଳିକାଙ୍କ ମୃତଦେହ। ବେକରେ ଦାଗ ଥିବାବେଳେ ଓ ଶବକୁ ଜରିପାଲ ଘୋଡ଼ାଯାଇଥିଲା । ଥାନାଧିକାରୀ ପ୍ରମୋଦ ଲେଙ୍କା, ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବର ଓ ଭଞ୍ଜନଗର ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ସଦଳବଳେ ପହଞ୍ଚି ତଦନ୍ତ କରିଛନ୍ତି । ଆଜି ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

Spread the love