କାଳବୈଶାଖୀ ପରେ ପୁଣି ଲେଉଟିଲା ଖରା, ୪୦ ଡିଗ୍ରୀ ଉପରେ ରହୁଛି ତାପମାତ୍ରା
କଣ୍ଟାମାଳ: କିଛିଦିନର ବ୍ୟବଧାନ ପରେ ପୁଣି ତାତି । ବୌଦ୍ଧରେ ଅସହ୍ୟ ଗରମ । କାଳବୈଶାଖୀ ପରେ ପୁଣି ଲେଉଟିଲା ଖରା । ଦିନ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ଉପରେ ରହୁଛି । କଣ୍ଟାମାଳରେ ପ୍ରବଳ ଖରା ଯୋଗୁଁ ତ୍ରାହି ତ୍ରାହି ଡାଲିକେଣି ଲୋକେ। ପଥଚାରୀ ମୁଣ୍ଡ ଗୁଞ୍ଜିବାକୁ ରାସ୍ତାକଡ଼ ଗଛର ସାହାରା ନେଉଛନ୍ତି । ଗୋଟିଏ ପଟେ ଖରା ଅନ୍ୟପଟେ ଗରମ,ଗୁଳୁଗୁଳି ଓ ତା ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଅବସ୍ଥାକୁ ଦ୍ବିଗୁଣିତ କରିଛି l ଖରା ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଶୂନଶାନ ହୋଇପଡ଼ୁଛି ।
ସେପଟେ, କେରଳମ୍ ରେ ମୌସୁମୀ, ଓଡ଼ିଶାରେ ଅପେକ୍ଷା । କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ନିର୍ଦ୍ଧାରିତ ସମୟଠାରୁ ୩ ଦିନ ବିଳମ୍ବରେ ମୌସୁମୀ ଛୁଇଁବା ନେଇ IMD ସୂଚନା ଦେଇଛି । ସାଧାରଣତଃ ଜୁନ୍ ୧ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁଥାଏ । କିନ୍ତୁ ଏଥର ୩ ଦିନ ବିଳମ୍ବରେ ପହଞ୍ଚିଛି। ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀ ଅଗ୍ରସର ପାଇଁ ପାଣିପାଗ ଏବେ ଅନୁକୂଳ ରହିଛି ।
