ହାତୀ ଦେଖିବା ପଡିଲା ମହଙ୍ଗା, ଆକ୍ରମଣରେ ଯୁବକ ଗୁରୁତର
ଯୋଡା: କେନ୍ଦୁଝର ଜିଲ୍ଲାରେ ବଡ଼ ଅଘଟଣ । ହାତୀ ଦେଖିବାକୁ ଯାଇ ହଟହଟ୍ଟା ଯୁବକ । ହାତୀ ଆକ୍ରମଣରେ ଯୁବକ ଗୁରୁତର ହୋଇଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଝାଲିଆବେଡ଼ା ଜଙ୍ଗଲରେ ଅଘଟଣ ଦେଖାଦେଇଛି । ଆହାତ ଯୁବକ ହେଲେ ଜ୍ୟୋତିପୁର ଗ୍ରାମର ଶୁଭମ୍ କର । ଝାଲିଆବେଡ଼ା ଜଙ୍ଗଲ ଅଞ୍ଚଳରେ ଦୁଇଟି ହାତୀ ଥିବା ଖବରପାଇ ସ୍ଥାନୀୟ କିଛି ଯୁବକଙ୍କ ସହ ଶୁଭମ୍ ହାତୀଙ୍କୁ ଦେଖିବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ । ହଠାତ ଏକ ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା ।
ହାତୀଟି ଶୁଣ୍ଢରେ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଭଣ୍ଡା ମେଡିକାଲରେ ଭର୍ତ୍ତି କଲା ବନବିଭାଗ । ଜଙ୍ଗଲ ଭିତରକୁ ନଯିବା ପାଇଁ ବନବିଭାଗ ଲୋକଙ୍କୁ ସଚେତନ କରିଛି । ଏଥିସହ ବନଜନ୍ତୁଙ୍କ ନିକଟକୁ ଯାଇ ଫଟେ ଉତ୍ତେଳନ ନକରିବାକୁ ପରାମର୍ଶ ଦିଆଯାଇଛି ।
