କିଛି ଫରକ ପଡେନି… ନକଭିଙ୍କ ଠାରୁ ଟ୍ରଫି ନ ନେବା ଘଟଣାରେ ଆସିଲା ବିସିସିଆଇର ପ୍ରତିକ୍ରିୟା
ମହିଳା ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତ ଅଷ୍ଟମ ଥର ଟାଇଟଲ୍ ଜିତିଛି । ଶ୍ରୀଲଙ୍କାକୁ ୭୨ ରନରେ ହରାଇ ଭାରତ ଏସିଆ କପ୍ ଫାଇନାଲ ଟାଇଟଲ ହାସଲ କରିଛି । ହରମନପ୍ରୀତ କୌରଙ୍କଗ ନେତୃତ୍ୱରେ ଟିମ୍ ୮ମ ଥର ଏସିଆ କପ ଟ୍ରଫି ଜିତିଛି । ହେଲେ ଗତ ବର୍ଷ ପୁରୁଷ ଏସିଆ କପ ଫାଇନାଲ୍ ମ୍ୟାଚର ପୁରସ୍କାର ସମାରୋହ ସମୟରେ ଘଟିଥିବା ଘଟଣାର ପୁନରାବୃତ୍ତି ଘଟିଛି । ଏସିସି ଅଧ୍ୟକ୍ଷ ମୋହସିନ ନକଭିଙ୍କଠୁ ଟ୍ରଫି ଗ୍ରହଣ କରି ନାହିଁ ଭାରତୀୟ ମହିଳା ଟିମ୍ । ଯାହାକୁ ନେଇ ଚର୍ଚ୍ଚା ହେବା ପରେ ଏବେ ବିସିସିଆଇ ନିଜର ପ୍ରତିକ୍ରିୟା ଦେଇଛି ।
ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ପହଲଗାମ ହମଲା ପରେ ସମଗ୍ର ଦେଶବାସୀଙ୍କ ଚାପ ବୋର୍ଡ ଉପରେ ଥିଲା । ସେହି ଘଟଣାର ପରିସ୍ଥିତି ସଂପୂର୍ଣ୍ଣ ବଦଳାଇ ଦେଇଛି । ଏହା ସହ ସାଇକିଆ ଦେଶବାସୀଙ୍କ ସମ୍ମାନର କଥା କହି କେନ୍ଦ୍ର ସରକାରଙ୍କ ନୀତିକୁ ଅନୁସରଣ କରିଛନ୍ତି । ପ୍ରାୟ ଏକ ବର୍ଷ ପୂର୍ବେ ଆମର ପୁରୁଷ ଦଳ ଏସିଆ କପ୍ ଜିତିଥିଲା । ସେତେବେଳେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।
୨୦୨୫ ଏପ୍ରିଲରେ ପହଲଗାମ ଆତଙ୍କୀ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ୨୦୨୫ ସେପ୍ଟେମ୍ବର ୨୮ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଫାଇନାଲରେ ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇଥିଲା । ପୁରସ୍କାର ସମାରୋହ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଏହା ପରେ ମୋହସିନ ନକଭି ଏସିଆ କପର ଟ୍ରଫି ନେଇ ପଡ଼ିଆ ବାହାରକୁ ଚାଲି ଯାଇଥିଲେ । ପାକିସ୍ତାନ ସହ ଆମର ସମ୍ବନ୍ଧ ପୂର୍ବରୁ ଖରାପ ରହିଛି । କିନ୍ତୁ ୨୦୨୫ ଏପ୍ରିଲ ପରଠୁ ସ୍ଥିତି ଆହୁରି ବିଗିଡ଼ିଗଲା । ଉକ୍ତ ପଡ଼ୋଶୀ ଦେଶ ବିରୋଧରେ ଆଜି ବି ଆମର ଅପରେସନ ଚାଲୁ ରହିଛି । ଯିଏ ଦେଶ ବିରୋଧରେ କାମ କରୁଛି, ଆମେ କେମିତି ତାଙ୍କ ହାତରୁ ଟ୍ରଫି ଗ୍ରହଣ କରିବୁ ।
ପ୍ରଥମରୁ ଦେବଜିତ ସାଇକିଆଙ୍କ ପୂର୍ବରୁ ଭାରତୀୟ ମହିଳା ଦଳର ପ୍ରଶିକ୍ଷକ ଅମୋଲ ମଜୁମଦାର ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଟ୍ରଫି ନ ନେବା ବିବାଦକୁ ନେଇ ନୀରବତା ଭାଙ୍ଗିଥିଲେ । ସେ କହିଥିଲେ କି, ଏହି ନିଷ୍ପତ୍ତି ବିସିସିଆଇ ନେଇଛି ଏବଂ ଆମେ ବୋର୍ଡ ସହିତ ରହିଛୁ । ଟୁର୍ଣ୍ଣାମେଣ୍ଟ ଆମ ପାଇଁ ଶେଷ ହୋଇଛି ଏବଂ ଆମେ ଚାମ୍ପିଅନ୍ ହୋଇଛୁ, ତାହା ଯଥେଷ୍ଟ ।
ଫାଇନାଲରେ ଭାରତୀୟ ଦଳ ୭୨ ରନରେ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ସ୍ମୃତି ମନ୍ଧନା ଓ ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା । ଜବାବରେ ଶ୍ରୀଲଙ୍କା ୧୧୧ ରନ୍ କରି ଅଲଆଉଟ୍ ହୋଇଥିଲା ।
